Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ:କଂସ ନିଧନ, ଧନୁଯାତ୍ରା ଉଦଯାପିତ

ସମ୍ବଲପୁର :ମଥୁରା ରାଜ୍ୟ କଂସ ନିଧନ ପରେ ପଡିଆବାହାଲ ଧନୁଯାତ୍ରା ଆଜି ଉଦଯାପିତ ହୋଇଛି।୭ ଦିନ ବ୍ୟାପି ଚାଲିଥିବା ଧନୁଯାତ୍ରାର ଅନ୍ତିମ ଦିବସରେ ଭରପୁର ଜନ ସମାଗମ ହୋଇଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଖାଦ୍ୟ ଷ୍ଟଲ ଓ ମୀନାବଜାର ସହିତ ଭେଡେନ ବ୍ଲକ୍ ଚିଚିଣ୍ଡାର ମହାନ କଳାକାର ଝସକେତନ ପ୍ରଧାନଙ୍କ ଟିମ ସହିତ ସ୍ଥାନୀୟ କଳାକାର ମାନଙ୍କ କଂସ ଯାତ୍ରା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ୭ ଦିନ ବ୍ୟାପି ଧନୁଯାତ୍ରା ମହୋତ୍ସବରେ ସୁବନପାଲି ଧନୁଯାତ୍ରା କଳାକାର ନନ୍ଦ ମହାରାଜ ଅଶ୍ୱିନୀ ମହାକୁଡ,ଯଶୋଦା ରାଣୀ ଯଶୋବନ୍ତୀ ମହାକୁଡ, କୋଭିଡ୍ ସମୟରେ ତ୍ୟାଗପୁତ ସେବା ପାଇଁ ରାଜ୍ୟପାଳଙ୍କ କରକମଳରୁ ପୁରସ୍କାର ଗ୍ରହଣ କରିଥିବା କବିତା ନାଥ ,ପଣ୍ଡିତ ମହେଶ୍ୱର ନାୟକ ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇଥିଲେ । ମାଁ ମାଉଳି ଯୁବକ ସଂଘ ପଡିଆବାହାଲ ପକ୍ଷରୁ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ମହିଳା ସ୍ୱେଚ୍ଛାସେବୀ ମାନଙ୍କ ସହିତ ସଦର ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା। ଏଥିରେ ସଭାପତି ପ୍ରମୋଦ ମଗର,ସଂପାଦକ ସଞ୍ଜିବ ସାହୁ,ଦୁର୍ଗେଶ ସାହୁ,ରୂପେଶ ପାତ୍ର,ଶଙ୍କର ନାଏକ,ମୁନା ମହାନନ୍ଦ ପ୍ରମୁଖଙ୍କ ସହିତ ବହୁ ଯୁବ ସାଥି ଏହାକୁ ପରିଚାଳନା କରିଥିଲେ । ସାଂସ୍କୃତିକ ଓ ରାଜ ଅତିଥି ମାନଙ୍କ କାର୍ଯ୍ୟକ୍ରମକୁ ଡା.ରାଜାରାମ ଷଡଙ୍ଗୀ ସଂଯୋଜନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ