Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିତ୍ତୀୟ ସ୍ୱାକ୍ଷରତା କର୍ମଶାଳା

ସମ୍ବଲପୁର (ଧମା)ମାଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ବିତ୍ତୀୟ ସ୍ୱାକ୍ଷରତା କର୍ମଶାଳା ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା-ପ୍ରଶିକ୍ଷକ ସମ୍ବଲପୁର ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ସହନିର୍ଦ୍ଦେଶକ ନୀଳାଞ୍ଚଳ ସେଠୀ ଯୋଗଦେଇ କହିଥିଲେ ଯେ,ସୁରକ୍ଷିତ ସଞ୍ଚୟ ଅଥବା ନିବେଶ ଦ୍ୱାରା ସୁରକ୍ଷିତ ଭବିଷ୍ଯତ ସକାଶେ ଆମକୁ ସଚେତନ ହେବା ସହ ସତର୍କତା ପ୍ରତି ମଧ୍ଯ ଧ୍ୟାନ ଦେବାକୁ ପଡିବ। କାରଣ ଅନେକ ଅଣସ୍ୱୀକୃତିପ୍ରାପ୍ତ,ଅଣଅଧିକୃତ ବା ଅଣପଞୀକୃତ ପ୍ରତିଷ୍ଠାନ ଲୋକଙ୍କୁ ସେମାନଙ୍କ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଯୋଜନାର ଲୋଭ ଦେଖାଇ ଭଣ୍ଡିବାରେ ଲାଗିଛନ୍ତି। ସେ ଅନେ ଦୃଷ୍ଟାନ୍ତ ଦେଇ ସୁବିଧା ଓ ସହଜ ଉପାୟରେ କିପରି ଆମେ ବିତ୍ତର ସୁରକ୍ଷିତ ଓ ସୁବିନିଯୋଗ କରି ପାରିବା ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସମ୍ମାନିତ ଅତିଥି ମା ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଲୟର ଅଧ୍ୟକ୍ଷ ଅନିଲ ପ୍ରଧାନ ସାଂପ୍ରତିକ ସମାଜରେ ବିତ୍ତୀୟ ସ୍ୱାକ୍ଷରତା ଦ୍ୱାରା ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅର୍ଥନୀତି ଅଧ୍ୟାପକ ସତ୍ୟନାରାୟଣ ଦାଶ ବିଷୟ ପ୍ରବେଶ କରିବାକୁ ଯାଇ ବିତ୍ତର ଉପଯୁକ୍ତ ବିନିମୟ କାହିଁକି ଓ କିପରି ହୋଇ ପାରିବ ସେ ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ଏକ ଆର୍ଥିକ ସୁରକ୍ଷିତ ଭବିଷ୍ଯତ ସକାଶେ ସଚେତନ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିବା ସହ କରିଥିଲେ।ମିନତି ଦାଶ,ରବିଶଙ୍କର ହୋତା,ସ୍ୱାତି ପତି,ସୁଶ୍ରୀତ ଷଢଙ୍ଗୀ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଆୟୋଜନରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ