ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା କଂସ ବଧ ସହ ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ରବିବାର ଉଦଯାପିତ ହୋଇଯାଇଛି । ଗତ ୦୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଦୀର୍ଘ ୧୧ଦିନ ଧରି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଆସୁଥିଲା l କମିଟି ସଭାପତି ଗୋବିନ୍ଦ ଦାସ ତରାଇ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଜୋନର ଜିଲ୍ଲା ପରିଷଦ ସଭ୍ୟା ବିଜୟାଲକ୍ଷ୍ମୀ ତରାଇ ଯୋଗଦେଇଥିଲେ I ସମାଜସେବୀ ହରି ଶଙ୍କର ତରାଇ , ସରପଞ୍ଚ ସଙ୍ଘ ସଭାପତି ଅଶୋକ ପଣ୍ଡା ଓ ସମାଜସେବୀ ବସୁଦେବ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । କଂସ ଭୂମିକାରେ ଗୋପାଳ ଚନ୍ଦ୍ର ପଣ୍ଡା ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ଶେଷ ରଜନୀରେ ଶ୍ରୀକୃଷ୍ଣ ଙ୍କ ଦ୍ଵାରା କଂସ ର ନିଧନ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଶ୍ଵଜିତ ପାତ୍ର ସଭା ପରିଚାଳନା କରିଥିବା ବେଳେ ମହେଶ ରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ ଦେଇଥିଲେ । କଂସ ଦରବାର , ଲୋକନୃତ୍ୟ , ଅକେଷ୍ଟା , ମିନାବଜାର , ନୃତ୍ୟ ସଂଗୀତ, ରୁମକୁଝୁମାନା ମେଲୋଡ଼ି କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ସଂଖ୍ଯାରେ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।