Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭରଚୁଆଲ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସାଙ୍ଗନ୍ନା ହାଇ ସ୍କୁଲ ଉଦଘାଟନ..ଆଦର୍ଶ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ.

ଲକ୍ଷ୍ମୀପୁର ୧୮.୧୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଓଏମସି ଅନୁଦାନ ରେ ୪ କୋଟି ବ୍ୟୟ ରେ ନିର୍ମାଣ ହୋଇଥିବା ସରକାରୀ ସାଙ୍ଗନା ହାଇସ୍କୁଲ ର ନୂତନ କୋଠା ସମେତ କୋଡୀଙ୍ଗା ମାଳି ରେ ନମୁନା ପ୍ରକ୍ରିୟା କେନ୍ଦ୍ର ଓ ମୋବାଇଲ ହେଲଥ ୟୁନିଟ ର ଏକ ଆମ୍ବୁଲାନ୍ସ କୁ ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିବା ସହ ଓଡିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭୁବନନେଶ୍ୱର ରେ ଅନୁଷ୍ଠିତ ଭରଚୁଆଲ ବୈଠକ ରେ ଷ୍ଟିଲ ଓ ମାଇନସ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ମୁଖ୍ୟ ଶାସନ ସଚିବ ପ୍ରଦିପ ଜେନା, ଖଣି ସଚିବ ଦେଓ ରଞ୍ଜନ ସିଂ ଓ ଓଏମସି ନିର୍ଦେଶକ ବଲଵନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଲକ୍ଷ୍ମୀପୁର ରେ ଓଏମସି ପରିଚାଳକ କାଠି ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମୁଲ୍ୟ ଧର, ଜିଲ୍ଲା ବିଜେଡି ସଭାପତି ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେଶିକା, ଅଧ୍ୟକ୍ଷା ଶୁଆଇ କୁଲେଶିକା,ଉପାଧ୍ୟାକ୍ଷା ଆରତୀ କୁଲଦୀପ,ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ,ଦଶମନ୍ତପୁର ବିଡ଼ିଓ ମିଳନ କୁମାର ଝଙ୍କାର ଙ୍କ ସମେତ ଓଏମସି ଅଧିକାରୀ ହେମନ୍ତ କୁମାର୍ ବେହେରା ଡିଜିଏମ ଅମିତାଭ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ପଛୁଆ ଅଂଚଳ ଭାବେ ପରିଚିତ ଲକ୍ଷ୍ମୀପୁର ରେ ଏପରି ମୋଡେଲ ସ୍କୁଲ ନିର୍ମାଣ ରେ ଓଏମସି ର ଅବଦାନ ଅତୁଳ ନିୟ ବୋଲି ମୁଖ୍ୟ ମନ୍ତ୍ରୀ ଭରଚୁଆଲ ରେ ପ୍ରକାଶ କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀ ଓ ନେତା ସେମାନଙ୍କ ଅଭିଭାଷଣ ରେ ଲକ୍ଷ୍ମୀପୁର ର ଉନତି ରେ ଓଏମସି ର ଅବଦାନ ଗୁରୁତ୍ୱ ପୁର୍ଣ ଓ ଆଗକୁ ଅନେକ କିଛି ବିକାଶ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ଅବସର ରେ ସାଙ୍ଗନା ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ରଥ, ଆଇଆଇସି ସୁଜ୍ଞାନୀ ସାହୁ ଓ ଖଣି ବିଭାଗ ତରଫରୁ ବ୍ୟାପକ ପୋଲିସ କର୍ମୀ ମୃତୟନ କରାଯାଇଥିଲା।ଅଂଚଳ ର ଲୋକପ୍ରତିନିଧି ସହ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଶୀତୁଆ ସନ୍ଧ୍ୟା ରେ ସମସ୍ତଙ୍କ ମନୋରଞ୍ଜନ ପାଇଁ ମେଲୋଡିର  ଆୟୋଜନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ