ସମ୍ବଲପୁର:ଜମନକିରା ଥାନା ବାବେଝୁରି ବୁଲାଣିରେ ସୋମବାର ରାତି ୭ ଟାରେ ଭାରସାମ୍ୟ ହରାଇ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ସି.ଜି ୦୪ ଏମ.କ୍ୟୁ ୮୦୪୧ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଟ୍ରକ ଟି ଯୋଡ଼ା ରୁ ଲୁହା ପଥର ବୋଝଇ ଛତିଶଗଡ଼ କୁ ଯାଉଥିବା ବେଳେ ବାବେ ଝୁରି ବୁଲାଣି ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଟ୍ରକ ରେ ଥିବା ଟେଟାରମା ବିହାର ଅଞ୍ଚଳ ର ପ୍ରଲ୍ଲାଦ କୁମାର (୨୦) ହେଲପର ଙ୍କ ସାମାନ୍ୟ ଆଘାତ ହୋଇଛି l ଗାଡିର ସାମ୍ନା ପାଖ ଚକ ଭାଙ୍ଗି ଯାଇଥିବା ବେଳେ ଗାଡି ଡାଲା ମଧ୍ୟ ଭାଙ୍ଗି ଯାଇଛି l ଜମନକିରା ବାବେଝୁରି ଭୁଲ ଇଞ୍ଜିନିୟରିଂଗ ପ୍ରଣାଳୀ ଯୋଗୁଁ ଦୁର୍ଘଟଣା ର ହବ ପାଲଟିଥିବା ବେଳେ ଏହାକୁ ରୋକିବା କୁ ହେଲେ ବାଇପାସ ରେ ସ୍ପୀଡ଼ ବ୍ରେକର ସହିତ ଲାଇଟ ଓ ବୋର୍ଡ ଲଗାଯିବା ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇ ଦାବି ହେଉଛି l ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ର ପ୍ରାଥମିକ ତଦନ୍ତ କରୁଥିବା ଜମନକିରା ଆଇ ଆଇ ସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।
ବାବେଝୁରି ବୁଲାଣି ରେ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ
