Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଡଭଙ୍ଗା ଶୀତରେ ଥରୁଛି ଓଡିଶା, ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ; ୨୧ରୁ କମିବ ଶୀତ ପ୍ରକୋପ

ଭୁବନେଶ୍ୱର: ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ । ହାଡଭଙ୍ଗା ଶୀତରେ କଲବଲ ସାଧାରଣ ଲୋକେ । ଅଧିକାଂଶ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହିଥିବା ବେଳେ ସୋମବାର ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ସ୍ଥାନ ରହିଛି । ରାଜ୍ୟର ୩୦ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଏମିତି ଆହୁରି ୨ଦିନ ଶୀତ ଥରାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡ଼ି ପଡ଼ିବ । ୨୦ ତାରିଖ ପରେ ଅର୍ଥାତ ୨୧ରୁ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ ପକ୍ଷରୁ ପ୍ରକାଶ ।

ସେହିପରି ସୋମବାର ୧୦ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ୮ ଡିଗ୍ରି ଏବଂ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପାରଦ ୮ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍ ରହିଛି। ଚାନ୍ଦବାଲିରେ ୧୩.୨ ଡିଗ୍ରି ଥିବା ବେଳେ ପାରାଦୀପରେ ୧୩.୯, ବାରିପଦାରେ ୧୧.୪, ଝାରସୁଗୁଡ଼ାରେ ୧୦.୬, ସମ୍ବଲପୁରରେ ୧୨.୯, ତାଳଚେରରେ ୧୨.୪, ଭବାନୀପାଟଣାରେ ୧୧.୨, ବଲାଙ୍ଗୀରରେ ୧୧.୮, ସୋନପୁରରେ ୧୧.୬, ନୟାଗଡ଼ରେ ୧୩.୫, ବୌଦ୍ଧରେ ୧୧.୫, ଢେଙ୍କାନାଳରେ ୧୨.୬, ବରଗଡ଼ରେ ୧୩.୬, ନବରଙ୍ଗପୁରରେ ୧୨.୫, କେନ୍ଦ୍ରାପଡ଼ାରେ ୧୨.୨, ଜଗତ୍‌ସିଂହପୁରରେ ୧୨.୮, କଟକ ଓ ଭୁବନେଶ୍ବରରେ ୧୩.୫ ଡିଗ୍ରି ରହିଥିଲା। ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି ।

ତେବେ ୨୧ ଓ ୨୨ ତାରିଖ ଦୁଇ ଦିନ ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିବ । ଏହାର ପର ଦୁଇ ଦିନ ଅର୍ଥାତ୍ ୨୩ରୁ ୨୪ରେ ଅପରିବର୍ତ୍ତିତ ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅନ୍ୟ ସ୍ଥାନ ତୁଳନାରେ ଥଣ୍ଡା କମ୍ ରହିବ । ପଶ୍ଚିମା ବାୟୁ ପ୍ରଭାବରେ ୨୦ରୁ ଶୀତ କ୍ରମଶଃ କମିପାରେ । ତେବେ ଆସନ୍ତା ୪ରୁ ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।