Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କଲଚୟାଣ ସମିତି ପକ୍ଷରୁ ଖରମୁଣ୍ଡା ଗ୍ରାମରେ ସ୍ୱାକ୍ଷରତା ଅଭିଯାନ

ସମ୍ବଲପୁର(ଜମନକିରା):ଛୋଟ ମୋର ଗାଁଟି ପୋଥିପତରେ ରଖିବି ତାର ନାଁଟି । ଏଭଳି ସଂକଳ୍ପ ନେଇ ବଡରମା ପଞ୍ଚାୟତର ଖରମୁଣ୍ଡା ଗ୍ରାମବାସୀ ଏକାଠି ହୋଇଛନ୍ତି। ଗାଁ କଲ୍ୟାଣ ସମିତି ପକ୍ଷରୁ ଆଜି ସ୍ୱାକ୍ଷରତା ଅଭିଯାନରେ ଏକାଠି ହୋଇଛନ୍ତି ଖରମୁଣ୍ଡା ଗାଁର ଆବାଳ ବୃଦ୍ଧ ବନିତା। ସଚେତନତା ଶୋଭାଯାତ୍ରା ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାକ୍ଷରତା ସଚେତନତାକୁ ବ୍ୟାପକ କରିବା ସହିତ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାରମ୍ଭରେ ଗାଁ କଲ୍ୟାଣ ସମିତିର ଆଶା ପିରବତୀ ସିଂ,ଅଙ୍ଗନୱାଡି କର୍ମି ଅନିତା ଟପ୍ପୋ, ୱାଡମେମ୍ବର ପ୍ରଶାନ୍ତ କଁଟା,ନିରୁପମା ସେଲମା,ତନିମା ବାଗ୍,ସୁବାସିନି ଭଇଁସା, ରଜନୀ ବାଗ୍,ଜୁଗଲ ସିଂ,ସୁଶିଲା ମାକରଙ୍କ ନେତୃତ୍ୱରେ ଏକ ସଚେତନାତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏହାପରେ ଆୟୋଜିତ ଏକ ସଭାରେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟଅତିଥି,ବଡରମା ସରପଞ୍ଚ୍ ବିଜୟ କୁମାର ନାୟକ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଗାଁ ମୁଖ୍ୟ ରବି ରାଉତ, ଏଏନଏମ ନିରୁପମା ରାଉତ, ୱାଡମେମ୍ବର ପ୍ରଶାନ୍ତ କର୍ତ୍ତା,ମୁଣ୍ଢେନପାଲି ଆଶା ବବିତା ନାଥ,କୁରେଇବାହାଲ ଅଙ୍ଗନୱାଡି କର୍ମି ସୁଶିଲା ଟପ୍ପୋ ଯୋଗଦେଇ ଶିକ୍ଷାର ମହତ୍ୱ ଉପରେ ବୁଝାଇ ଥିଲେ।ସଭାପରେ ଏକ କୁନିକୁନି କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମିକେ ଅଞ୍ଜଳି ମିର୍ଦ୍ଧା, ସିଆରପି ଲଲିତା ବାଗ୍,ଜୟନ୍ତୀ ବାଗ୍,ଗନ୍ତାବର ଆଶା ପୁଷ୍ପା ପ୍ରଧାନ,ଅଙ୍ଗନୱାଡି କର୍ମି ସବିତା ଦେହୂରୀ,କମଲି ପିଙ୍ଗ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ସାମାଜିକ କର୍ମି ଦଶରଥ ସିଂ ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ