Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ପୋଲିସ ଜବତ କଲା ୧୫ କିଲୋ ଚନ୍ଦନ କାଠ, ମାଫିଆ ଗିରଫ ।

ପାରଳାଖେମୁଣ୍ଡି:୧୯/୧୨ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳା ମୋହନା ପୋଲିସ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ OSRTC ବସରୁ ଜବତ କରିଛି ଚନ୍ଦନ କାଠ । ମୋହନା ଥାନା ASI – LV ପ୍ରସାଦ, ହାବିଲଦାର୍ ନୟନ ରଞ୍ଜନ ପାଣି,କନେଷ୍ଟବଳ ରବି ନାରାୟଣ ନାୟକ ଓ କର୍ମଚାରୀ ମିଳିତ ଭାବେ ଲୁହାଗୁଡ଼ି ଅଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ କମଳାପୁର ଚେକ୍ ଗେଟ୍ ଠାରେ ରା. ଉଦୟଗିରିଠାରୁ ଭୁବନେଶ୍ଵର ଯାଉଥିବା ଠSRTC ବସକ ଅଟକାଇ ଯାଞ୍ଚ କରିଥିଲେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ ଅଧିନ ବାଲିପଙ୍କ ଗ୍ରାମର ଆବେଲ ବୀରଠାରୁ ଆଜି ସକାଳ ୫ଟା ସମୟରେ ୧୫ କିଲୋ ଚନ୍ଦନ କାଠ ଜବତ କରିଛି ପୁଲିସ। ଯାହାର ଅନୁମାନିକ ମୂଲ୍ୟ ୧୫ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଚ଼ନ୍ଦନକାଠ ଗୁଡ଼ିକୁ ବ୍ରହ୍ମପୁର ବିକ୍ରୀ ପାଇଁ ନେଉଥିବା ପୁଲିସ କହିଛି।