ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ


ସମ୍ବଲପୁର: ସ୍ଥାନୀୟ ମୁଦିପଡ଼ା ବସନ୍ତ ବିହାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର 25ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ତଥା ପ୍ରଶଂସାପତ୍ର ଓ ପୁରସ୍କାର ବିତରଣୀ ଉତ୍ସବ ଗତ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି | ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିଚାଳନା ସମିତିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରିହର ପାଢ଼ୀ ଙ୍କର ତତ୍ତ୍ଵ|ବଧାନରେ ଏବଂ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଓ ବିଶିଷ୍ଟ କ୍ରୀଡ଼ାବିତ୍ ସୁଶ୍ରୀ ରେଖା ଦେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସମାରୋହର ଶୁଭ ଉଦ୍’ଘାଟନ କରିଥିଲେ | ଉଦ୍’ଘାଟନୀ ସମାରୋହରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
ମଙ୍ଗଳବାର ଦିନ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍, ସମ୍ମାନୀତ ଅତିଥି ଭାବରେ ଆରୋଗ୍ୟ ଭାରତୀ ପଶ୍ଚିମାଞ୍ଚଳ ପ୍ରାନ୍ତ ପ୍ରଭାରୀ ଶ୍ରୀମତୀ ଅର୍ଚ୍ଚନା ସହାନୀ ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଧୂବେଇ ଚରଣ ସାମନ୍ତରାୟ ଓ ପରିଚାଳନା ସମିତିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରିହର ପାଢ଼ୀ ଯୋଗଦାନ କରି କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ | ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଏବଂ ସହରର ବିଶିଷ୍ଟ ବୁଦ୍ଧିଜୀଵୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |
ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ଶିକ୍ଷୟିତ୍ରୀ ବନ୍ଦନା ମଲ୍ଲିକ, ମମତା ସାହୁ, ହିମାଳୟା ମହଲା, ଉର୍ମିଳା ଭୋଇ ଓ ତୃପ୍ତି ମାଝି ପ୍ରମୁଖ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ | ଶେଷରେ ଉତ୍ସବର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ପ୍ରତିଭାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।