Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲପୁର ଗ୍ରାମରେ ଚକ୍ଷୁ ପରୀକ୍ଷା ଓ ସାମାଜିକ ସଚେତନତା ଶିବିର

ସମ୍ବଲପୁର(ଧମା):ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୋଷ୍ୟ ଗ୍ରାମ ହୁମା ପଞ୍ଚାୟତ ଅନ୍ତର୍ଗତ ବାଲପୁର ଗ୍ରାମରେ ‘ଜ୍ୟୋତି’ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଓ ସାମାଜିକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ ଯୋଗଦେଇ କହିଥିଲେ ଯେ,ଚକ୍ଷୁ ସୁରକ୍ଷା ପ୍ରତି ଆମେ ସମସ୍ତେ ନିହାତି ଯତ୍ନଶୀଳ ହେବା ଉଚିତ କାରଣ ଚକ୍ଷୁ ମାନବର ଏକ ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗ ଅଟେ। ଜ୍ୟୋତି ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ଚକ୍ଷୁ ଦାନର ମହତ୍ତ୍ୱ ଓ ଏହାକୁ ନେଇ ବିଭିନ୍ନ ଅନ୍ଧବିଶ୍ୱାସ ଆଦି ବିଷୟରେ ସଚେତନ କରାଇଥିଲେ। ଡା. ସୁରେଶ ଚନ୍ଦ୍ର ଦାନୀ ତାଙ୍କ ବକ୍ତବ୍ୟରେ ଆଖିପତା ତଥା ସ୍ୱଚ୍ଛ ପଟଳର ସୁରକ୍ଷା ଏବଂ ବିଭିନ୍ନ ଭିଟାମିନ ତଥା ଔଷଧର ପ୍ରୟୋଗ ଆଦି ବିଷୟରେ ବ୍ୟାପକ ଭାବରେ ବୁଝାଇ ଥିଲେ। ସୁରେଶ ଚନ୍ଦ୍ର ଦାନୀ ତାଙ୍କ ବକ୍ତବ୍ୟରେ ଆଖିପତା ତଥା ସ୍ୱଚ୍ଛ ପଟଳର ସୁରକ୍ଷା ଏବଂ ବିଭିନ୍ନ ଭିଟାମିନ ତଥା ଔଷଧର ପ୍ରୟୋଗ ଆଦି ବିଷୟରେ ବ୍ୟାପକ ଭାବରେ ବୁଝାଇ ଥିଲେ। ଜ୍ୟୋତି ସଂଯୋଜିକା କଳ୍ପନା ମିଶ୍ର ତାଙ୍କ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟ ପନ୍ଥା ଓ ପ୍ରଗତି ବାବଦରେ ସୂଚନା ପ୍ରଦାନ କରିଥିଲେ। ଜ୍ୟୋତିର ଉପସଭାପତି ଅଖିଳ ରଂଜନ ପଟ୍ଟନାୟକ ଚକ୍ଷୁଦାନ ସକାଶେ ସଚେତନତାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସଭ୍ଯ ରତନ କୁମାର ବହିଦାର ଚକ୍ଷୁଦାନ ପ୍ରତି ପ୍ରତ୍ୟେକ ବ୍ୟକ୍ତି ପ୍ରତିଜ୍ଞାବଦ୍ଧ ହେବା ଉଚିତ ବୋଲି କହିଥିଲେ।ହୁମା ସରପଞ୍ଚ ଇଲାବତୀ ପୂଜାରୀ, ୱାର୍ଡ଼ ମେମ୍ବର ରମେଶ ପାଣ୍ଡେଙ୍କ ସମେତ ବାଲପୁର ଗ୍ରାମର ବରିଷ୍ଠ ନାଗରିକ ସନ୍ତୋଷ କୁମାର ପୁରୋହିତ,ଡିଗ୍ରୀଲାଲ ପାଣ୍ଡେ,ଜ୍ୟୋତିଷ କୁମାର ପୁରୋହିତ,ମା ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଲୟର ଅଧ୍ୟକ୍ଷ ଅନିଲ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିଥିଲେ। ସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଚକ୍ଷୁ ପରୀକ୍ଷା କରିଥିଲେ।ଶିବିରରେ ଚକ୍ଷୁଦାନ ପ୍ରତି ଛାତ୍ରଛାତ୍ରୀଙ୍କ ଅପୂର୍ବ ଆଗ୍ରହ ଦେଖା ଦେଇଥିଲା।ଶେଷରେ ବିଦ୍ୟାଳୟର ଛାତ୍ରୀମାନେ ବନ ସୁରକ୍ଷାକୁ ନେଇ ‘ସର୍‌ଗୀଫୁଲ’ ଓ ନାରୀ ସଶକ୍ତିକରଣ ବିଷୟକୁ ନେଇ ଦୁଇଟି ସଚେତନତା ଧର୍ମୀ ନୃତ୍ଯନାଟିକା ପରିବେଷଣ କରିଥିଲେ। ରବିଶଙ୍କର ହୋତା,ସଂଗ୍ରାମ କେଶରୀ ମିଶ୍ର,ମିନତି ଦାଶ,ଦୀପ୍ତିରେଖା ପଣ୍ଡା,ସ୍ମାରକୀ ମାହାର,ମୌସୁମୀ ଷଢଙ୍ଗୀ,ବ୍ୟାସଦେବ ପଣ୍ଡା,ସୁଶ୍ରୀତ ଷଢଙ୍ଗୀ,ଚୈତନ୍ଯ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ