Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ରୁ କଡାକଡି ହେବ ଗାଡି ବୀମା ଯାଞ୍ଚ; ଯେତେ ଫାଙ୍କିବେ ସେତେ ଅଧିକ ଗଣିବେ

ଭୁବନେଶ୍ୱର: ଏଣିକି ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ। ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଗାଡି ବୀମା ଯାଞ୍ଚ ପ୍ରକ୍ରିୟା। ଏହି ପ୍ରକ୍ରିୟା ୮ ସପ୍ତାହ ଧରି ଚାଲିବ। ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଯାଞ୍ଚ । ଯେତେ ନିୟମ ଉଲ୍ଲଂଘନ ହେବ ବୀମା ରାଶି ସେତେ ବଢିବ । ଗାଡି ପୁରୁଣା ହେଲେ ବି ଅଧିକ ବୀମାରାଶି ଦେବାକୁ ପଡ଼ିବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ନେଇ ଏକ ବୈଠକ ବସିଥିଲା। ବାରମ୍ବାର ବାରମ୍ବାର ଚେତାବନୀ ଦିଆଯିବା ପରେ ବି ମାନୁ ନାହାନ୍ତି ଅମାନିଆ। ସେଥିପାଇଁ ପରିବହନ ବିଭାଗ ଏଭଳି  ଯୋଜନା ପ୍ରସ୍ତୁତ କରିଛି । ଯେଉଁ ଅଞ୍ଚଳରେ ଅଧିକ ନିୟମ ଉଲ୍ଲଂଘନ ହେଉଛି ସେହି କଡା ଯାଞ୍ଚ କରାଯିବ।

ଏହି ନିଷ୍ପତ୍ତି ଅନୁଯାୟୀ, ଯେଉଁ ଗାଡି ମାଲିକ ମୋଟର ଯାନ ଆଇନ ଉଲ୍ଲଘଂନ କରିବେ ସେମାନଙ୍କୁ ଗାଡି ବୀମା ବାବଦକୁ ଅଧିକ ରାଶି ଦେବାକୁ ପଡିବ । ଗାଡି ପୁରୁଣା ହେଲେ ବି ଯଦି କେବେ ନିୟମ ଉଲ୍ଲଂଘନ ହୋଇଥାଏ ତେବେ ବି ଦେବାକୁ ପଡ଼ିବ ମୋଟା ଅଙ୍କର ରାଶି। ମୋଟରଯାନ ଆଇନ ଉଲ୍ଲଘଂନ ଅଭିଯୋଗରେ ଗାଡି ମାଲିକଙ୍କଠାରୁ ପ୍ରତି ଚାଲାଣ ପିଛା କେତେ ବୀମା ରାଶି ବଢିବ ସେ ନେଇ ଏସଟିଏ ଏକ ସ୍ଲାବ ପ୍ରସ୍ତୁତ କରିବ । ଏହାକୁ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟକୁ ପଠାଇବ  । ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ।