Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମାଲ୍ୟବନ୍ତ ମହୋତ୍ସବ ମୁଖପତ୍ର ସପ୍ତଧାରା ଉନ୍ମୋଚିତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ସଂସସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବର ମୁଖପତ୍ର ସପ୍ତଧାରା ଲୋକାର୍ପିତ ହୋଇଯାଇଛି। ପତ୍ରିକାକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର ରାତ୍ରରେ ମାଲ୍ୟବନ୍ତ ମହୋତ୍ସବ ତୃତୀୟ ସଂଧ୍ୟାରେ ମାଲ୍ୟବବନ୍ତ ମଣ୍ଡପରେ ଉନ୍ମୋଚନ କରିଛନ୍ତି । ଏହି ପତ୍ରିକା ମାଧ୍ୟମରେ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ସହିତ ସୁନାମଧନ୍ୟ ଲେଖକଙ୍କ ଦ୍ବାରା ରଚିତ କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ, ଏହି ପତ୍ରିକାରେ ସ୍ଥାନପାଇଛି । ଏହି ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ ଶ୍ୟାଧାନୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତ୍ରୀନାଥମାଝୀ, ଉପଜିଲ୍ଲାପାଳ ଡ.ଅକ୍ଷୟକୁମାର ଖେମୁଣ୍ଡୁ, ଜିଲ୍ଲାସୁଚନା ଲୋକସଂପ୍ରକ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ, ମାଲକାନଗରି ପୌରପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବାଲିମେଳା ଏନଏସି ଚେୟାରମ୍ୟାନ ପ୍ରଦିପ କୁମାର ନାୟକଙ୍କ ସହିତ ସାତଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଲୋକ ପ୍ରତିନିଧି ମାନେ ଯୋଗଦେଇ ଥିଲେ l ଏହି ସପ୍ତଧାରା ପତ୍ରୀକାରେ ମୁଖ୍ୟ ସଂପାଦକ ଭାବେ ଜିଲ୍ଲାପାଳ ବିଶାଲ ସିଂ, ସଂପାଦକ ଉପଜିଲ୍ଲାପାଳ ଡ.ଅକ୍ଷୟକୁମାର ଖେମୁଣ୍ଡୁ, ସହସଂପଦାକ ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଥିବା ବେଳେ ଶଶାଙ୍କ କୁମାର ମିଶ୍ର, ମନ୍ବସୀ ସେଠୀ, ରତ୍ନାକର ଦାଶ, ପ୍ରକାଶ ପଟନାୟକ, ସରୋଜ ଦାଶ, କେଶବ ନାୟକ, ଦୁର୍ଯ୍ୟଧନ ମହାରଣା ପ୍ରମୁଖ ସମ୍ପାଦନା ମଣ୍ଡଳୀରେ ଅଛନ୍ତି ।