ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ୧୦ ଦିନରେ ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି


କଟକ: ବିଭିନ୍ମ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ଅମଲାଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ସ୍ଥଗିତ ରହିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ । ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ଅମଲା ମଂଚର ଆବାହକ ଚିତରଞ୍ଜନ ତରାସିଆଙ୍କ ସୂଚନା ।

ସୂଚନାଯୋଗ୍ୟ, ୧୯୦୦ ଟଙ୍କାର ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେରେ ଦରମା ଦେବା, ଲେବୁଲ ୪କୁ ଲେବୁଲ ୯କୁ ବୃଦ୍ଧି କରିବା ଆଦି ଦାବିରେ ରାଜ୍ୟ ବ୍ୟାପୀ ୨୦୨୩ ଜୁନ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଅମଲା ମଂଚ । ସରକାରଙ୍କ ହସ୍ତକ୍ଷେପ ଏବଂ ଛଅ ମାସ ଭିତରେ ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଥିଲା ମଂଚ । ହେଲେ ଦାବି ପୂରଣ ନ ହେବାରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ୩୨ ସରକାରୀ ବିଭାଗର ୩୦ ହଜାରରୁ ଅଧିକ ଅମଲା ସାମିଲ୍ ହୋଇଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କଟକ ଜିଲ୍ଲା ମିଳିତ ଅମଲା ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ।