Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିପ୍ପନ ଷ୍ଟିଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଓଡ଼ିଶାରେ ବଡ଼ ନିବେଶ ପାଇଁ ନିପ୍ପନ ଷ୍ଟିଲ ପ୍ରସ୍ତାବ ଦେଇଛି। ଆଜି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିଛନ୍ତି। ପ୍ଲାଣ୍ଟ ପରିସରରେ ଅତ୍ୟାଧୁନିକ ତଥା ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି।

ଇନଷ୍ଟାଗ୍ରାମ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାରଖାନା ପରିଦର୍ଶନ ସମୟରେ କମ୍ପାନୀ ଦ୍ୱାରା ନିଆଯାଇଥିବା ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ସେ ବହୁତ ଖୁସି। ଗ୍ରୀନ ଟେକ୍ନୋଲୋଜି ବ୍ୟବହାର କରି ଇସ୍ପାତ ଉତ୍ପାଦନରେ କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜଗତସିଂହପୁରରେ ନିପ୍ପନ ଷ୍ଟିଲର ସହଯୋଗରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି। ଏ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ୨୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ।

ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ପରିଦର୍ଶନ କରିଛନ୍ତି। ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ, କ୍ରୀଡା ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ସାମିଲ ଅଛନ୍ତି।