Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଜିଲ୍ଲା ବିଜେଡି ର ଉପଦେଷ୍ଟା ଭାବେ ପ୍ରଫେସର୍ ନୀଳାମ୍ବର ଶତପଥି ନିଯୁକ୍ତ

ସୁବର୍ଣ୍ଣପୁର :- ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁରର ବରିଷ୍ଠ ବିଜେଡି ନେତା ତଥା ସୋନପୁର କଲେଜ ର ପ୍ରାକ୍ତନ ପ୍ରଫେସର ନୀଳାମ୍ବର ଶତପଥୀଆଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳ ର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆ ଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଜିଲ୍ଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଛାତ୍ର ଜନତା, ଯୁବ ଜନତା, ବିଜେଡି ଦଳର ନେତା କର୍ମୀ, ମହିଳା ବିଜେଡି ଶାଖା ଓ ବିଭିନ୍ନ ମହଲରୁ ଆଜି ଶୁଭେଚ୍ଛାର ସୁଅ ଛୁଟୁଛି l ପ୍ର.ଶତପଥୀ ଏକାଧାରରେ ଜଣେ ଶିକ୍ଷାବିତ୍, ଛାତ୍ର ବତ୍ସଳ, ସମାଜ ସେବୀ, ପରାମର୍ଶ ଦାତା ଓ ରାଜନୈତିଜ୍ଞ ଭାବେ ଖୁବ ଜଣାଶୁଣା ଥିବାରୁ ତାଙ୍କୁ ଆଜି ଏ ପଦବୀରେ ନିଯୁକ୍ତ କରି ବିଜେଡି ଦଳ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେଇଛି ବୋଲି ମତପ୍ରକାଶ ପାଇଛି। ପ୍ରକାଶଥାଉ କି ଯେ ସୋନପୁର କଲେଜରୁ ଚାକିରି ଅବସର ପରେ ୨୦୧୩ ନଭେମ୍ବର ରେ ମୁଖ୍ୟମନ୍ତ୍ରୀଙ୍କ ପୌର ପରିଷଦ ନିର୍ବାଚନୀ ପ୍ରଚାର ସଭା ମଞ୍ଚରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ପଚାଶ ହଜାର ଜନତା ଙ୍କ ଉପସ୍ଥିତି ରେ ପ୍ରଫେସର ଶତପଥୀ ବିଜେଡି ଦଳ ରେ ସାମିଲ ହୋଇଥିଲେ ଏବଂ ଗତ ସପ୍ତାହ ରେ ନୀଉଁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସକ୍ରିୟ ବିଜେଡିର ପ୍ରଶିକ୍ଷଣ ଶିବିର ସମେତ ଦଳର ସବୁ ସଭା ସମିତି ଓ ନିର୍ବାଚନ ପ୍ରଚାର ପ୍ରସାରରେ ସେ ସାମିଲ ହୋଇଥାନ୍ତି। ୭୨ବର୍ଷ ବୟସ ରେ ମଧ୍ୟ ଶ୍ରୀ ଶତପଥୀ ଙ୍କ ଏ ଦକ୍ଷତା, ଆଗ୍ରହ, ଦୃଢ଼ ମନୋବଳ, ଉତ୍ସର୍ଗୀକୃତ ସେବା ଓ ବଳିଷ୍ଠ ନେତୃତ୍ବ ଦଳର ଛାତ୍ର ଓ ଯୁବ ନେତା ମାନଙ୍କ ପାଇଁ ଏକ ଉଦାହରଣ ଓ ପ୍ରେରଣା ପାଲଟିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନିଯୁକ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ବିଜେଡ଼ିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ ଓ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳଙ୍କୁ ଶ୍ରୀ ଶତପଥୀ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ