ବିପର୍ଯ୍ୟୟ ପରିଚାଳନାରେ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ


ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ମାନ୍ଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+ 2 କଲେଜ ), ମାନେଶ୍ଵର ରେ ଆୟୋଜିତ # ନୁଆଁ -ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ” ବିପର୍ଯ୍ୟାୟ ପରିଚାଳନା ରେ ସମାଜ ର ଭୂମିକା ” ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷ ଗଣ୍ଡାରାମ ଘଡ଼ିଏଲ ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭା ରେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୂର୍ବତନ ସଦସ୍ୟ ତଥା ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ଯୋଗଦେଇଥିଲେ l ପ୍ରାରମ୍ଭିକ ସୂଚନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ସତ୍ୟ ନାରାୟଣ ଚୌଧୁରୀ l ଆଲୋଚନା ରେ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଆଜିର ଦିନରେ ସେ ପ୍ରାକୃତିକ ବିପର୍ଯାୟ ହେଉ କି ମନୁଷ୍ୟକୃତ, ଏହା ସାରା ବିଶ୍ୱ ର ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ର ବିଷୟ ହୋଇଅଛି l ଯେମିତି ହେଉ ବିପର୍ଯାୟ ସମୟରେ କୌଣସି ବ୍ୟକ୍ତି ର ଜୀବନ ନ ଯାଉ ତଥା କ୍ଷୟକ୍ଷତି ର ମାତ୍ର ରେ ହ୍ରାସ ହେଉ, ସେଥିପାଇଁ ବିପର୍ଯାୟ ପରିଚାଳନା ରେ ସମାଜ ର ତଥା ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l ସେଥିପାଇଁ ସରକାର ମଧ୍ୟ ଏହାର ସଚେତନତା ଉପରେ ବେଶୀ ମାତ୍ର ରେ ଗୁରୁତ୍ୱ ଦେଉଛି l ତେଣୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏ ଦିଗରେ ସଚେତନ ହେବା ସଂଗେ ସଂଗେ ସମାଜ ର ସମସ୍ୟା ର ସମାଧାନ ଦିଗରେ ଆଗେଇ ଆସିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟାପକ ତୋଷାର ରଞ୍ଜନ ବାରିକ, ଧର୍ମେନ୍ଦ୍ର ଦାଶ, ପ୍ରକାଶ ହୋତା ଓ ପ୍ରଦୀପ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l