Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ “ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡ଼ିଶା ଉଦଯାପିତ….

ଲକ୍ଷ୍ମୀପୁର ୨୦/୧୨…ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୨୦ ଦିନ ଧରି ଚାଲିଥିବା ଓଡିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ “ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ “ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଭିନ୍ନ- କ୍ରିଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ଓ ସାମାଜିକ କାର୍ଯ୍ଯ ତଥା ଅନ୍ୟାନ୍ଯ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ସଭାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ମୂଖ୍ଯ ବକ୍ତା ଭାବେ ପୂର୍ବତନ ସାଂସଦ ଝିନ ହିକ଼କା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଳେସିକା ଏବଂ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ଏବଂ ଉପାଧ୍ୟକ୍ଷା ଆରତୀ କୁଳଦୀପ, ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଓ ଜିଲ୍ଲା ପରିଷଦ ସଦସ୍ଯା ପିଙ୍କି ହିମିରିକା ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଖେଳ ବିଭାଗର ବିଭିନ୍ନ ବର୍ଗରେ କୃତିତ୍ବ ହାସଲ କରିଥିବା ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀ ତୁଳସୀ କୁଲେସିକା ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇ “ଚମ୍ପିୟନ ଅଫ୍ ଚମ୍ପିୟନସ୍” ପୁରଷ୍କାର ପାଇଥିଲେ। ଫୁଟବଲ, ଭଲିବଲ, ଖୋଖୋ, କବାଡି, ଦୌଡ, ଲମ୍ବାଡିଆ, ଉଚ୍ଚଡିଆ, ସଟ ଫୁଟ,ଡିସକସ ଫିଙ୍ଗା, ବାଦ୍ଯ ଯନ୍ତ୍ର ପ୍ରତିଯୋଗିତା, କ୍ରିକେଟ,କେରମ୍, ଚେସ୍ ଓ ଦୌଡି ଟଣା ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଯଶୋବନ୍ତ ଗରଡା, ତାରେଣୀ ପ୍ରସାଦ ଶତପଥୀ, କାହ୍ନୁ ଚରଣ ବିଶୋୟୀ, ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ, ଲାଲୁ ହରିଜନ ଏବଂ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ହେଲେନା ପ୍ରିୟଦର୍ଶିନୀ ସିଂ, ମୌତୁସୀ ପ୍ରଧାନ, ବୈଶାଖୀ ଦୀପ୍ ଓ କର୍ମଚାରୀ କିଶୋର ଚନ୍ଦ୍ର ବିଶୋୟୀ, ଚନ୍ଦନ ସାହୁ,ଗୋଲକ ଖୋସଲା, ବିଶି ହିମିରିକା,ଅଶୋକ ମାଝୀ,ବବି ହିକକା, ହରିଶ୍ଚନ୍ଦ୍ର ହୁଇକା ଓ ଚନ୍ଦ୍ରମା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ଏହି ଉଦଯାପନୀ ଉତ୍ସବ ତଥା ୨୦ ଦିନ ଧରି ଚାଲିରହିଥିବା ସମସ୍ତ କାର୍ଯ୍ୟକ୍ରମ ବରିଷ୍ଠ ଅଧ୍ୟାପକ ତଥା ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ