Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି ଗସ୍ତରେ ରାଜ୍ୟପାଳ ରଘୁବୀର ଦାଶ

ମାଲକାନଗିରି: ମାଲ୍ୟବନ୍ତ ନାମରେ ପରିଚିତ ମାଲକାନଗିରି ଜିଲ୍ଲା ଗସ୍ତରେ ଅଛନ୍ତି ମାନ୍ୟବର ରାଜ୍ୟପାଳ ରଘୁବୀର ଦାଶ । ଏଥିପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ଓ ତତ୍ପର ହୋଇ ଉଠିଛି। ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ରାଜ୍ୟପାଳଙ୍କ ଗସ୍ତକୁ ସୁଗମ କରିବାରେ ନିଜର ତତ୍ପରତା ନିଦର୍ଶନ ସୃଷ୍ଟି କରିଛନ୍ତି। ଆଜି ପୁର୍ବାହ୍ନରେ ରାଜ୍ୟପାଳ ରଘୁବୀର ଦାଶ ପ୍ରଥମେ ମାଥିଲି ବ୍ଲକରେ ପହଞ୍ଚି ସେଠାରୁ କୁମ୍ଭାରଗୁଡା ଯାଇ କୁମ୍ଭାର ସମାଜର ମାଟି ନିର୍ମିତ କାରୁକାର୍ଯ୍ୟ ଦେଖିଥିଲେ। ଅପରାହ୍ନରେ ସବ୍ ଜେଲ ପରିଦର୍ଶନ କରିବା ସହିତ ଚାଲାନଗୁଡା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ