Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିପଦ ପୂର୍ଣ୍ଣ ବିଶ୍ରାମ ଗୃହ ମରାମତିପାଇଁ କାହାପାଖରେ ନିଘା ନାହିଁ

ବେଲଗୁଣ୍ଠା ୨୦/୧୨ ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ କରୁଥିବା ବେଳେ ପ୍ରାୟ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଏକ ବିପଦ ପୂର୍ଣ୍ଣ ବିଶ୍ରାମ ଗୃହ ମରାମତି ପାଇଁ ନା ରାଜନେତା ନା ପ୍ରଶାସନ ପାଖରେ କାହାର ବୀ ଆନ୍ତରିକତା ନଥିବା ଭଳି ଜଣା ପଡ଼ୁଛି l ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷେତ୍ରିୟବରପୁର ଛକରେ ରହିଛି ଦାଶରଥି ପନ୍ଥନିବାସ ବା ବିଶ୍ରାମା ଗୃହ l କବିରାଜପୁର ର ଦାଶରଥି ପଟ୍ଟନାୟକ ଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ସ୍ମର୍ତି ଉଦ୍ଦେଶ୍ୟରେ ୧୯୮୬ ମସିହରେ କ୍ଷେତ୍ରିୟବରପୁର ସ୍ଥିତ ହାଇସ୍କୁଲ ଛକରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରିଥିଲେ l ମହିଳା ଏବଂ ପୁରୁଷ ଙ୍କ ପାଇଁ ଅଲଗା ଅଲଗା ଦୁଇଟି ବିଶ୍ରାମ ଗୃହ କରିଥିବା ବେଳେ ତାହା ଆଜିକୁ ପାଖାପାଖି ୫୦ ବର୍ଷ ହେଲାଣି l ତଥାପି ଏହି ଯାତ୍ରୀ ବିଶ୍ରାମ ଗୃହ ଉପରେ କ୍ଷେତ୍ରିବରପୁର ହାଇସ୍କୁଲ ଏବଂ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଆସୁଥିବା ଯାତ୍ରୀ, କ୍ଷେତ୍ରିବରପୁର ଥିବା ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ , ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ବୁଢ଼ାକେନ୍ଦୁ ଆଇ ଟି ଆଇ ଓ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଆସୁଥିବା ଛାତ୍ର ଛାତ୍ରୀ ଓ ଗ୍ରାହକ ମାନେ ବସ କୁ ଅପେକ୍ଷା କରିବା ପାଇଁ ଏଠାରେ ଆଶ୍ରୟ ନେଇଥାନ୍ତି l କିନ୍ତୁ ଦୁର୍ଭାଗ୍ୟର କଥା ବୁହୁ ବର୍ଷ ହେଲl ଛାତ ତଳୁ ପଲସ୍ତର ଛାଡି ବହୁ ଛାତ୍ର ଛାତ୍ରୀ ଆହାତ ହୋଇଥିବା ନଜିର ରହିଛି l ତଥାପି ଏହାକୁ ମରାମତି କରିବାର କାହା ଅଖିକି ଦେଖା ଯାଉନି l ବ୍ରହ୍ମପୁର ଠାରୁ ଫୁଲବାଣୀ ରାସ୍ତାର ହାଇସ୍କୁଲ ଛକରେ ରହିଥିବା ଏହି ପାନ୍ଥ ନିବାସ ବା ଯାତ୍ରୀ ବିଶ୍ରାମ ଗୃହ ଠାରୁ ରୋଡ ଉଚ୍ଚ ହେବା ଯୋଗୁଁ ବର୍ଷା ପାଣି ଭିତରେ ପଶି ବହୁ ଦିନ ଧାରି ବିଶ୍ରାମ ଗୃହ ଟି ଅପରିଷ୍କାର ରହୁଛି ଏବଂ ବସିବା ପାଇଁ ପିଣ୍ଡି ଵୀ ଭଗ୍ନ ଅବସ୍ଥା କୁ ଗଲାଣି ତେଣୁ ସରକାର ଏଥିପ୍ରତି ଦୂର୍ଷ୍ଟି ଦେଇ ଏବଂ ଅଞ୍ଚଳର ଛାତ୍ର ଛାତ୍ରୀ ଏବଂ ଜନ ସାଧାରଣଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ତୁରନ୍ତ ଏହାକୁ ଭlଙ୍ଗୀ ନୂତନ ଭାବେ ଏକ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରିବା ପାଇଁ ଅଞ୍ଚଳ ବସୀ ଦାବୀ କରିଛନ୍ତି