Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଲାଲାଙ୍କ ପାଇଁ ୧୦୮ ଫୁଟ୍ ଲମ୍ବର ଧୂପକାଠି, ୪୫ ଦିନ ଯାଏଁ ଜଳିବ

ରାମଲାଲାଙ୍କ ପାଇଁ ୧୦୮ ଫୁଟ୍ ଲମ୍ବର ଧୂପକାଠି, ୪୫ ଦିନ ଯାଏଁ ଜଳିବ।୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏଇ ଧୂପକାଠି। ଏହାର ଚଉଡ଼ା ହେଉଛି ୩.୫ ଫୁଟ୍।ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ତିଆରି ହେଉଛି ୧୦୮ ଫୁଟ୍ ଲମ୍ବର ଧୂପକାଠି। ଗୁଜରାଟର ଭଦୋଦରା ତରସାଲି ଅଞ୍ଚଳରେ ଏହି ଧୂପକାଠି ତିଆରି ଚାଲିଛି।୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏଇ ଧୂପକାଠି। ଏହାର ଚଉଡ଼ା ହେଉଛି ୩.୫ ଫୁଟ୍। ଜାନୁଆରୀ ୨୨ ତାରିଖ ରେ ପ୍ରଭୂ ରାମଙ୍କ ପ୍ରାଣପ୍ରତିଷ୍ଠା ଯଥେଷ୍ଟ ପୂର୍ବରୁ। ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି।ଏଥିପାଇଁ ଜାନୁଆରୀ ପହିଲାରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ। ଏହି ଧୂପ କାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏଇ ଧୂପକାଠି ୪୫ ଦିନ ଯାଏଁ ଲିଭିବନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ