Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲି ନୂଆ ଓଡିଶା ଯୁବ ଓଡିଶା ର ସାଂସ୍କୃତିକ ମହୋତ୍ସବ.. ଯୋଗ ଦେବେ ୧୦ ହଜାର କଲେଜ ଛାତ୍ର ଛାତ୍ରୀ

ସୋନପୁର( ରାଜ କିଶୋର ତ୍ରିପାଠୀ )ଆଜି ସୋନପୁର ଶ୍ରୀ ରାମେଶ୍ବର ଷ୍ଟାଡିୟମ ଠାରେ ନୁଆ ଓଡିଶା ଯୁବ ଓଡିଶା ସାଂସ୍କୃତିକ ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଏସପି ଅମରେଶ ପଣ୍ଡା, ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର, ଜିଲ୍ଲା କ୍ରିଡ଼ା ଅଧିକରୀ ଚିତ୍ତ ରଂଜନ ମିଶ୍ର, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ ଉପସ୍ଥିତ ଥିଲେ। କ୍ରିଡ଼ା, ସାଂସ୍କୃତିକ, ସାମାଜିକ କ୍ଷେତ୍ର ରେ ଛାତ୍ର ଛାତ୍ରୀ ଯୁବକ ଯୁବତୀଙ୍କ ପାରଦର୍ଶିତା ବୃଦ୍ଧି ଓ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତା କାଲିର ଏହି ନୁଆ ଓଡିଶା ଯୁବ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଅୟୋଜନ କରାଯାଉଛି ଏବଂ ଜିଲ୍ଲା ର ୩୫ ଗୋଟି କଲେଜ୍ ରୁ ୧୦ ହଜାର ଛାତ୍ର ଛାତ୍ରୀ ଯୋଗ ଦେଇ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଅନେକ ଇଭେଣ୍ଟ ର ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ l ଉଦ୍ଘାଟନୀ ଉତ୍ସବ ପରେ ପରେ ଡଃ ବି ବି ସ୍ୱାଇଁ ଛାତ୍ର ଛାତ୍ରୀଙ୍କୁ ମୋଟିଭେଶନ କରିବl କାର୍ଯ୍ଯକ୍ରମ ରହିଥିବା ବେଳେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ବିଭିନ୍ନ କଳାକାର ଟ୍ରୁପ ଙ୍କ ଦ୍ଵାରା ଦିନ ସାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ନାଚ ଗୀତ ର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ରାୟ କହିଥିଲେ। ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ସୁରକ୍ଷା ର ସୂ -ବ୍ୟବସ୍ଥା କରାଯାଇଥିବା ଏସପି ଶ୍ରୀ ପଣ୍ଡା ସୁଚନା ଦେଇଥିଲେ। ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରତିଯୋଗିତା ପ୍ରଥମ ବିଜେତା ଗ୍ରୁପ କୁ ୩୦ ହଜାର ଟଙ୍କା କେଶ ପ୍ରାଇଜ, ଦ୍ଵିତୀୟ ବିଜେତା ଗ୍ରୁପ କୁ ୨୦ ହଜାର ଓ ତୃତୀୟ ଗ୍ରୁପ କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ