Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗା ପାଇଁ 20 ଲକ୍ଷ ଟଙ୍କା ଠକେଇ ଶିକାର ମହିଳାଙ୍କ ଅନଶନ

ବେଲଗୁଣ୍ଠା,21/12 ଜାଗା କିଣିବା ପାଇଁ 20 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା । ଠକେଇର ଶିକାର ହୋଇଥିବା ମହିଳାଙ୍କ ସୂଚନା ପ୍ରକାରେ, ବ୍ରହ୍ମପୁର ବଡ ବଜ଼ାର ଥାନା ଆନ୍ତର୍ଗତ ତାଲୁକା ଅଞ୍ଚଳରେ ବାସ କରୁଥିବା ଗୀତାଞ୍ଜଳି ସାହୁ ନାମ୍ନୀ ମହିଳା ବେଲଗୁଣ୍ଠା ଥାନା ନିକଟସ୍ଥ ଠେଙ୍ଗାଧରା ଗ୍ରାମର ବଂଶୀଧର ଗୌଡ଼ଙ୍କ ସାନପୁଅ (ଲିଟୁ) ଓ ଝିଅ (ମାମା) ସହିତ ଭଲ ସମ୍ପର୍କ ରହିଥିଲା। କିନ୍ତୁ ଲିଟୁ ଓ ମାମା ଏହି ସମ୍ପର୍କର ଫାଇଦା ଉଠାଇବା ପାଇଁ ଗୀତାଞ୍ଜଳିଙ୍କୁ ଜାଗା କିଣିବା ପାଇଁ ପ୍ରସ୍ତବା ଦେଇଥିଲେ। ଗୀତାଞ୍ଜଳି ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ଲିଟୁ ଓ ମାମା ବ୍ରହ୍ମପୁର ନିକଟ କନିସି, ରାଳବ, ଖୋଡ଼ାସିଙ୍ଗି ବିଭିନ୍ନ ସ୍ଥାନରେ ମହିଳା ଜଣଙ୍କୁ ଜାଗା ଦେଖାଇଥିଲେ। ଏଥିରେ ମହିଳା ଜଣକ ଅଗ୍ରିମ ଆକାରରେ କିଛି ଟଙ୍କା ଦେଇଥିଲେ। ପରେ ଲିଟୁ ଓ ମାମା ଗୋପାଳପୁର ଜଙ୍କସନ ନିକଟସ୍ଥ ଏକ ଜାଗାର ମିଥ୍ୟା ଡକ୍ୟୁମେଣ୍ଟ ଦେଇ ୨୦ ଲକ୍ଷ ଟଙ୍କା ନେଇଥିଲେ। ଗୀତାଞ୍ଜଳି ଏହି ଡକ୍ୟୁମେଣ୍ଟକୁ ଭେରିଫିକେସନ କଲାବେଳେ ଏହା ଅନ୍ୟ ଜଣକ ନାମରେ ଥିବା ଜାଣି ଲିଟୁ ଓ ମାମା ଙ୍କୁ ଫୋନ କରିଥିଲେ କିନ୍ତୁ ଦୁହେଁ ଫୋନ ରିସିଭ କରିନଥିଲେ, ଏଥିରେ ଗୀତାଞ୍ଜଳି ଠକେଇର ଶିକାର ହେବା ଜାଣି ବେଲଗୁଣ୍ଠା ଥାନା ନିକଟସ୍ଥ ଠେଙ୍ଗାଧରା ଗ୍ରାମରେ ଥିବା ଲିଟୁ ଗୌଡ଼ ଙ୍କ ଘର ଆଗରେ ଟଙ୍କା ମାଗି ଦାଣ୍ଡ ଦୁଆରେ ଅନଶନରେ ବସିଥିଲେ । ୨୦ ଲକ୍ଷ ଟଙ୍କା ମାଗିବାରୁ ଲିଟୁ ଗୀତାଞ୍ଜଳୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ । କଥାଯାଇ ବେଲଗୁଣ୍ଠା ଥାନାରେ ପହଂଚିବା ପରେ ପୋଲିସ ଗୀତାଞ୍ଜଳିଙ୍କୁ ତାଙ୍କ ଟଙ୍କା ଫେରାଇଦେବାକୁ ନିର୍ଦେଶ ଦେଇଥିଲା । ଟଙ୍କା ଫେରାଇବାକୁ କିଛିଦିନ ସମୟ ମାବିଥିବା ଜଣାପଡିଛି ।