ଭୁବନେଶ୍ୱର: ପ୍ରବଳ ଜାଡରେ ଥରୁଛି ସାରା ରାଜ୍ୟ । ହାଡଭଙ୍ଗା ଶୀତରେ କଲବଲ ସାଧାରଣ ଲୋକେ । ରାଜ୍ୟର ୧୬ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ୪.୭ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଗତକାଲି ଏଠାରେ ପାରଦ ୪ ଡିଗ୍ରୀ ରହିଥିଲା । ସିମିଳିଗୁଡା ଦ୍ୱିତୀୟ ଓ ଫୁଲବାଣୀ ତୃତୀୟ ଥଣ୍ଡା ସହର ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ, ସିମିଳିଗୁଡାରେ ୫.୬ ଡିଗ୍ରୀ ପାରଦ ଥିବା ବେଳେ ଫୁଲବାଣୀରେ ପାରଦ ୬ ଡିଗ୍ରୀ ରହିଛି । ସେହିପରି କିରେଇରେ ୭.୧, କେନ୍ଦୁଝରରେ ୭.୮, ଦାରିଙ୍ଗବାଡିରେ ୮, ଅନୁଗୁଳରେ ୮.୬, ରାଉରକେଲାରେ ୮.୭, ସୁନ୍ଦର ଓ ନବରଙ୍ଗପୁରରେ ୯ ଡିଗ୍ରୀ, ସୋନପୁରରେ ୯.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡା ଓ ରାଣୀତାଲରେ ୯.୪ ଡିଗ୍ରୀ ଓ ଚିପିଲିମାରେ ୯.୮ ଡିଗ୍ରୀ ପାରଦ ରହିଛି । ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି । ପ୍ରବଳ ଜାଡରେ ଥରୁଛନ୍ତି ରାଜଧାନୀବାସୀ । ଭୁବନେଶ୍ୱରରେ ୧୩.୪ ଓ କଟକରେ ୧୨.୨ ଡିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।
ଆଭ୍ୟନ୍ତରୀଣ ହେଉ କି ଉପକୂଳ ଓଡ଼ିଶା, ସବୁଠି ଶୀତ ପ୍ରକୋପ ଜାରି ejòQò । ପାଣିପାଗ ବିଭାଗ @^ê~ûdú, ଶୀତ ପ୍ରକୋପ ଆଉ ୨୪ ଘଣ୍ଟା ejòQò। ଶୁକ୍ରବାର ଠାରୁ ଧୀରେ ଧୀରେ ରାତି ତାପମାତ୍ରା ବଢ଼ିବ । ତେବେ ଆସନ୍ତା ୨/୩ ଦିନଦି କୁହୁଡ଼ି ବଢ଼ିବ । ୨୪ ତାରିଖରି ସକାଳ ଯାଏଁ କୁହୁଡ଼ି ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।