Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଲାରେ ଗୀତା ମହାଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ,ଆସନ୍ତାକାଲି ୧୦୮ କୁଣ୍ଡିୟ ମହାଯଜ୍ଞ

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଳାମାଟି ପଞ୍ଚାୟତ ଗୋଶାଳା ହରିଓମ ଆଶ୍ରମରେ ଆସନ୍ତାକାଲି ୧୦୮ କୁଣ୍ଡିୟ ଗୀତାଯଜ୍ଞ ହେବାକୁ ଥିବାବେଳେ,ଏନେଇ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି।ଏହି ଅବସରରେ ପଣ୍ଡିତ ନିରଞ୍ଜନ ଷଡଙ୍ଗୀଙ୍କ ତତ୍ୱବଧାନରେ ପଣ୍ଡିତ ଅସୀମାନନ୍ଦ ଷଡଙ୍ଗୀ ସମସ୍ତ ପୂଜାକାର୍ଯ୍ୟକୁ ପରିଚାଳନା କରିଥିଲେ।ଶୁଭ ସ୍ତମ୍ଭ ସ୍ଥାପନ ପାଇଁ ପୁରୀରୁ ଆଜ୍ଞାମାଳ ଓ ଧ୍ବଜା ଆସିଥିବାବେଳେ,ଗୋଧୂଳି ଲଗ୍ନରେ ରୀତିନୀତିରେ ସ୍ଥାପନ ହୋଇଥିଲା।ସ୍ଥାନୀୟ ବିପିନ ବିହାରୀ ନାଥ,ସୁରୁବାବୁ ରାଉତ,ରାଜା ମହାରଣା,ବିନୋଦ ପଣ୍ଡିତ,ପୀତବାସ ସାହୁ,ଦଧିରାମ ମିଶ୍ର,ପ୍ରମୁଖ କମିଟି ଉପସ୍ଥିତ ଥିଲେ।ଆସନ୍ତାକାଲି ଉକ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଭଗବତ ପ୍ରେମୀ ଯୋଗଦାନ କରି ମହାପ୍ରଭୁଙ୍କ କୃପାଲାଭ କରିବାକୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ