Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

2024 ସାଧାରଣ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ

କଳାହାଣ୍ଡି, ୨୨/୧୨ (ଜଗନ୍ନାଥ ନାଏକ) : ଆଗକୁ ଥିବା ସାଧାରଣ ନିର୍ବାଚନ କୁ ନେଇ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡ଼ି ଥିବା ବେଳେ ଖୁବ୍ କମ୍ ଦିନ ରେ ଜାତୀୟ ଦଳର ମାନ୍ୟତା ପାଇଥିବା ଆମ୍ ଆଦମୀ ପାର୍ଟି ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଜୋରଦାର ପ୍ରଚାର୍ ଆରମ୍ଭ କରି ଲୋକଙ୍କ ନିକଟତର ହେଇ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଚଳିତ ମାସ ୧୨ ତାରିଖ ଦିନ କଳାହାଣ୍ଡି ବାସୀ ଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳୀ ଓ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା କୁ ବୃଦ୍ଧି କରିବା ଦାବିରେ ଶତାଧିକ ଲୋକଙ୍କୁ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ସେହି ମାଗଣା ବିଜୁଳି ଓ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ବ୍ଲକ୍ ସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଚି ଆମ୍ ଆଦମୀ ପାର୍ଟି, ସେହି ପରିପ୍ରେକ୍ଷୀରେ ରେ ତା ୨୧,୧୨,୨୦୨୩ ରିଖ ଗୁରବାର ଦିନ କଳାହାଣ୍ଡି ଆମ୍ ଆଦମୀ ପାର୍ଟି ତରଫ ରୁ ନର୍ଲା ନିର୍ବାଚନ ମଣ୍ଡଳୀର ମ ରାମପୁର ବ୍ଳକ ର ଶିବ ମନ୍ଦିର ଠାରେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ଙ୍କ ତତ୍ୱାବଧାନ ରେ ଏବଂ ମ ରାମପୁର ବ୍ଳକର ଯୁବ ନେତା ରବି ନାରାୟଣ ସୁନା ଙ୍କ ନେତୃତ୍ବ ରେ ଏହି ପ୍ରତିବାଦ କୁ ତ୍ଵରାନିତ କରିବା ଦିଗରେ ଓ ରାଜ୍ୟ ରେ ଚାଲିଥିବା ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମ କୁ ଆଗେଇ ନେବା, ସଙ୍ଗଠନ କୁ ମଜବୁତ୍ କରିବା ଦିଗରେ ଏକ ବୈଠକ କରାଯାଇଥିଲା । ଉକ୍ତ କାର୍ଯ୍ଯକ୍ରମ ରେ କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ , ଜିଲ୍ଲା ଆବାହକ ଶ୍ରୀ ସତ୍ୟ ମାହାର,ତ୍ରିନାଥ ସାହୁ ,ଅମର ସିଂ ସାହୁ,ହୃଦାନନ୍ଦ ସାହୁ,ନିରାକାର ସାହୁ,କିରଣ ଚନ୍ଦ୍ର ସାହୁ , ବିକାଶ ସୁନା, ପ୍ରଶାନ୍ତ ନାଏକ୍,ପ୍ରମୁଖ ଉପସ୍ଥିତ ଥିଲେ।