Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବ ୨୦୨୪ ସମ୍ବର୍ଦ୍ଧିତ ହେବାକୁ ଥିବା ବିଶିଷ୍ଟ କଳାବ୍ୟକ୍ତିତ୍ୱଙ୍କ ଚୟନ ନେଇ ବିଚାରକ ମଣ୍ଡଳୀ ବୈଠକ

ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ ୨୦୨୪ ପାଇଁ ସମ୍ବର୍ଦ୍ଧନା ଉପସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଡି.ଆର.ଡି.ଏ. ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲୋକ ମହୋତ୍ସବ ୨୦୨୪ ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର ଚୟନ ନିମନ୍ତେ ଏକ ବିସ୍ତୃତ ଆଲୋଚନା ହୋଇଥିଲା l
ଆସନ୍ତା ଲୋକ ମହୋତ୍ସବରେ ସମ୍ବଲପୁର ଜିଲ୍ଲାର କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଦୃଷ୍ଟି ରୁ ଲୋକ ସଂଗୀତ, ଲୋକ ନୃତ୍ୟ, ନାଟ୍ୟକଳା, ଚିତ୍ରକଳା, ପାରମ୍ପାରିକ ଲୋକକଳା ବିଭାଗରେ ଜଣେ ଜଣେ କଳା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରବିଛିନ୍ନ ଭାବରେ କାର୍ଯ୍ୟ କରିଆସିଥିବା ଅନୁଷ୍ଠାନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ବିଷୟରେ ଆଲୋଚନା ହୋଇଥିଲା l ଏହି ଅବସରରେ ବୈଠକରେ ବିଚାରକ ଭାବରେ ଯୋଗ ଦେଇଥିବା ବିଶିଷ୍ଟ ସଙ୍ଗୀତଜ୍ଞ ସନ୍ତୋଷ କୁମାର ମିଶ୍ର, ବିଶିଷ୍ଟ ନାଟ୍ୟକାର,ନିର୍ଦେଶକ ତଥା ସଙ୍ଗୀତଜ୍ଞ ବ୍ରଜେନ୍ଦ୍ର ନାୟକ ଓ ଆକାଶବାଣୀ କଳାହାଣ୍ଡି ଓ ସମ୍ବଲପୁରର କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ ପିଙ୍ଗଙ୍କୁ ଉପଢୌକନ ଦ୍ୱାରା ଲୋକ ମହୋତ୍ସବର ଉପ ସଂଯୋଜକ ଅନୁପ ତରିଆ ଓ ସଦସ୍ୟ ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବର୍ଦ୍ଧନା ଉପ ସମିତିର ସଦସ୍ୟ ମମତା ପଣ୍ଡା, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ପିଙ୍କି ପ୍ରଧାନ, ମାନସ ବାନାର୍ଜୀ, ଯୋଗେଶ ନନ୍ଦ ଓ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ