ସମ୍ବଲପୁର:ପାଇକମାଳରୁ ସାଲେପାଲି ଯିବା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ପେସନ୍ ପ୍ରୋ ଗାଡ଼ି ଯାହାର ଗାଡ଼ି ସଂଖ୍ୟା CG 04 DG 8183 ରେ ଝାରବନ୍ଧ ବ୍ଲକ ସକ୍ରି ଗ୍ରାମର ଏକ ବ୍ୟକ୍ତି ପାଇକମାଳ ପଟକୁ ଆସୁଥିବା ସମୟରେ କୌଣସି କାରଣ ବଶତଃ ଦୁର୍ଘଟନା ଗ୍ରସ୍ତ ହୋଇଥିଲେ । ଠିକ୍ ଏହି ସମୟର ଗ୍ରାଉଣ୍ଡ ନିଉଜ7 ର ସ୍ମୁତିଶ୍ୱରୁପ ବାରିକ ,ପିଣ୍ଟୁ ମେହେର ଓ ମାନସ ରଞ୍ଜନ ନାୟକ ସେହି ରାସ୍ତା ଦେଇ ଆସୁଥିଲେ । ଦୁର୍ଘଟଣା ହୋଇଥିବା ଦେଖି ସେମାନେ ସଙ୍ଗେ ସଙ୍ଗେ ରହି ଆହତ ବ୍ୟକ୍ତି ଙ୍କୁ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେବା ସହ ତାଙ୍କ ଘର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ପରେ ତାଙ୍କ ପରିବାର ଲୋକେ ଆସି ତାଙ୍କୁ ଘରକୁ ନେଇଥିଲେ ।ଏଭଳି ମାନବିକତାର ନିଦର୍ଶନ ସବୁବେଳେ ଜଣେ ଉଦାର ବ୍ୟକ୍ତିର ହୃଦୟରେ ହିଁ ଜନ୍ମ ନେଇଥାଏ। ଏଭଳି ହୃଦୟ ଜଣେ ସାମ୍ବାଦିକର ମଧ୍ୟ ରହିଥାଏ ଓ ତୁରନ୍ତ ନିଜର ଗନ୍ତବ୍ୟ ପଥରେ ଯିବାବେଳେ ନିଜ ଗାଡିରେ ଡାକ୍ତରଖାନା ନେବା ବିରଳ ଘଟଣା । ଏଠାରେ ସୂଚନା ଯୋଗ୍ୟଯେ ନିଜ ବାପା ନରସିଂହନାଥ ଆୟୁର୍ବେଦ କଲେଜ ହସପିଟାଲରେ ଚିକିତ୍ସା ହେଉଥିବାରୁ ସେହି ରାସ୍ତାରେ ଯିବା ସମୟରେ ଏଭଳି ଘଟଣା ଦେଖି ସ୍ମୃତି ସ୍ୱରୂପ ନିଜର ମାନବିକତାର ପରିଚୟ ତୋଲିଛନ୍ତି ।
ସାମ୍ବାଦିକ ଦେଖାଇଲେ ନିଜର ମାନବିକତା
