ସାମ୍ବାଦିକ ଦେଖାଇଲେ ମାନବିକତା


ସମ୍ବଲପୁର:ପାଇକମାଳ ରୁ ସାଲେପାଲି ଯିବା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ପେସନ୍ ପ୍ରୋ ଗାଡ଼ି ଯାହାର ଗାଡ଼ି ନମ୍ବର ସିଜି ୦୪ ଡିଜି ୮୧୮୩ । ଝାରବନ୍ଧ ବ୍ଲକ ସକ୍ରି ଗ୍ରାମର ଦୂର୍ଘଟଣା ଗ୍ରସ୍ତ ବ୍ୟକ୍ତି ପାଇକମାଳ ପଟକୁ ଆସୁଥିବା ସମୟରେ କୌଣସି କାରଣ ବଶତଃ ଦୁର୍ଘଟନା ଗ୍ରସ୍ତ ହୋଇଥିଲେ । ଠିକ୍ ଏହି ସମୟର ଗ୍ରାଉଣ୍ଡ ନିଉଜ ସେଭେନର ସ୍ମୃତି ସ୍ୱରୂପ ବାରିକ ,ପିଣ୍ଟୁ ମେହେର ଓ ମାନସ ରଞ୍ଜନ ନାୟକ ସେହି ରାସ୍ତା ଦେଇ ଆସୁଥିଲେ । ଦୁର୍ଘଟଣା ହୋଇଥିବା ଦେଖି ସେମାନେ ସଙ୍ଗେ ସଙ୍ଗେ ରହି ଆହତ ବ୍ୟକ୍ତି ଙ୍କୁ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେବା ସହ ତାଙ୍କ ଘର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ପରେ ତାଙ୍କ ପରିବାର ଲୋକେ ଆସି ତାଙ୍କୁ ଘରକୁ ନେଇଥିଲେ ।ଏଭଳି ମାନବିକତାର ନିଦର୍ଶନ ସବୁବେଳେ ଜଣେ ଉଦାର ବ୍ୟକ୍ତିର ହୃଦୟରେ ହିଁ ଜନ୍ମ ନେଇଥାଏ। ଏଭଳି ହୃଦୟ ଜଣେ ସାମ୍ବାଦିକର ମଧ୍ୟ ରହିଥାଏ ଓ ତୁରନ୍ତ ନିଜର ଗନ୍ତବ୍ୟ ପଥରେ ଯିବାବେଳେ ନିଜ ଗାଡିରେ ଡାକ୍ତରଖାନା ନେବା ବିରଳ ଘଟଣା । ଏଠାରେ ସୂଚନା ଯୋଗ୍ୟଯେ ନିଜ ବାପା ନରସିଂହନାଥ ଆୟୁର୍ବେଦ କଲେଜ ହସପିଟାଲରେ ଚିକିତ୍ସା ହେଉଥିବାରୁ ସେହି ରାସ୍ତାରେ ଯିବା ସମୟରେ ଏଭଳି ଘଟଣା ଦେଖି ସ୍ମୃତି ସ୍ୱରୂପ ନିଜର ମାନବିକତାର ପରିଚୟ ତୋଲିଛନ୍ତି ।