ସମ୍ବଲପୁର: ଆସନ୍ତା କାଲି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବୀର ଦାଶଙ୍କ ୩ ଦିନିଆଁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୫ ତାରିଖ ରାଜ୍ୟପାଳ ସକାଳ ୮.୩୦ରେ ରାଜ ଭବନରୁ ବାହାରି ସମ୍ବଲପୁର ଏୟାରଷ୍ଟ୍ରିପରେ ପହଞ୍ଚି ଅଶୋକ ନିବାସରେ ଅବସ୍ଥାନ କରିବେ। ସେଠାରୁ ବାହାରି ୧୦.୩୫ରେ ଧନକଉଡା ୟୁପିଏଚସି ବୁଲି ଦେଖିବା ପରେ ୧୧.୨୦ରେ ମାନେଶ୍ୱର ବ୍ଲକ୍ ର ରେମଡେଗା ଓ ତାଲବ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ବୁଲି ଶୈଶବ ପିଲା ଓ ସେମାନଙ୍କ ଅବିଭାବକ ମାନଙ୍କ ସହିତ କଥା ବିନିମୟ କରିବେ।ଏହାପରେ ପରମାଣପୁର ଠାରେ ଗ୍ରାମବାସୀ,ଚାଷୀ ଓ ସ୍ୱୟଂସହାୟକ ଦଳର ମହିଳା ସଭ୍ୟା ମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା ସାରି ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସହିତ ଶିକ୍ଷଦାନ ନେଇ ମତ ବିନିମୟ କାର୍ଯ୍ୟକ୍ରମ ରହିଛି।ଏପରିକି ଦିନ ଗୋଟାଏରେ କୁଦୋପାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁଡିକ ଦେଖି ହିତାଧିକାରୀଙ୍କୁ ଭେଟିବେ ।ସେହିଦିନ ଅପରାହ୍ନ ୪.୦୦ଟାରେ ଜିଲ୍ଲାରେ ହେଉଥିବା ଶ୍ରେଷ୍ଟକାର୍ଯ୍ୟ ଓ ଅଭିନବ ଉନ୍ନୟନ ମୂଳକ କାମ ବିଷୟରେ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ଆଲୋଚନା ଓ ସମୀକ୍ଷା କାର୍ଯ୍ୟକ୍ରମ ରହିଛି।
ସେହିପରି ଆସନ୍ତା ୨୬ ତାରିଖ ଦିନ ବରଗଡ ଓ ୨୭ ତାରିଖ ଦିନ ଝାରସୁଗୁଡା ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ ଯୋଜନା ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ଏଥିପାଇଁ ତତ୍ପରତା ଦେଖାଦେଇଛି।
ଆସନ୍ତା କାଲିଠୁ ରାଜ୍ୟପାଳଙ୍କ ୩ ଦିନିଆ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଗସ୍ତ
