ସମ୍ବଲପୁର (କବରାପାଲି):ରାଧାକୃଷ୍ଣ ଯୁବକ ସଂଘ କବରାପାଲି ପକ୍ଷରୁ ଆଜି ପୂର୍ଣ୍ଣ ଚନ୍ଦ୍ର ସାହୁ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଅତିଥି ଭାବରେ ଯୋଗଦାନ କରି ଜିଲ୍ଲାପରିଷଦ ସଦସ୍ୟା କବିତା ସାହୁ ଉଦଘାଟନ କରିଥିଲେ । ଏହି ସମୟରେ ପୂଜକ ରମେଶ ଚନ୍ଦ୍ର ଦାଶ,ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ ଓ ସଂଘର ସଞ୍ଜୟ ପ୍ରଧାନ,ମନୋଜ କୁମାର ବଢାଇ,ହେମନ୍ତ ପ୍ରଧାନ,ମହିମା ପ୍ରସାଦ ବଢାଇ,ସୁରେନ୍ଦ୍ର ବଗର୍ତ୍ତି,କ୍ଷୀରୋଦ ସାହୁ, ଶରତ ଚନ୍ଦ୍ର ସାହୁ,ଦିବ୍ୟ ସ୍ୱରୂପ ସାହୁ,ବିଶ୍ୱ ସ୍ୱରୁପ ସାହୁ,ଦିଲ୍ଲିପ ବଢାଇ,ଜୟରାଜ ଧର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ମ୍ୟାଚରେ ଗେଙ୍ଗୁଟିପାଲି ଓ ହୀରାକୁଦ ଏଫସି ମଧ୍ୟରେ ଖେଳ ଅରମ୍ଭ ହୋଇଥିଲା ଏଥିରେ ମୋଟ ୮ ଟିମ ଅଂଶ ଗ୍ରହଣ କରିଥିବା ବେଳେ ଅରୁଣ ଭୋଇ,ପରେଶ ଭୋଇ,ପରେଶ ମିର୍ଦ୍ଧା,ଲିଙ୍ଗରାଜ ପ୍ରଧାନ,ରୋସନ ଖାନ,ବିଜୟ ଓରାମ ରେଫରି ଭାବେ ରହି ଖେଳ ପରିଚାଳନା କରୁଛନ୍ତି।
ପୂର୍ଣ୍ଣଚନ୍ଦ୍ର ସାହୁ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
