ସମ୍ବଲପୁର ଧନୁଯାତ୍ରା:ଗୋପପୁର ହେବ ଚାଉଁରପୁର,କମିଟି କଲେପରିଦର୍ଶନ

ସମ୍ବଲପୁର:ପ୍ରଥମ ଥର ପାଇଁ ସମ୍ବଲପୁର ସହରରେ ଆୟୋଜନ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରାର ପରିଚାଳନା କମିଟି ଆଜି ଚାଉଁରପୁର ପରିଦର୍ଶନ କରିଛନ୍ତି l ସୂଚନାଯୋଗ୍ୟ ଯେ ଏହି ସମ୍ବଲପୁରୀ ଧନୁଯାତ୍ରାରେ ସମ୍ବଲପୁର ସହର ବା ମହାନଦୀର ଏହି ପାର୍ଶ୍ଵ କୁ ମଥୁରା ନଗରୀ କରାଯିବାର ସ୍ଥିର ହୋଇଥିବାବେଳେ ମହାନଦୀର ଅପାର ପାର୍ଶ୍ଵକୁ ତଥା ଚାଉଁରପୁର ଗ୍ରାମକୁ ଗୋପପୁର କରାଯିବାକୁ ସ୍ଥିର କରାଯାଇଛି।
କେଉଁଠି ମୁଖ୍ୟ ମଞ୍ଚ ହେବ ତଥା କେଉଁ ଘାଟକୁ ଯମୁନା ଘାଟ କଲେ ସୁବିଧା ସୁନ୍ଦର ହୋଇପାରିବ ସେ ବିଷୟରେ ଗ୍ରାମବାସୀ ଙ୍କର ସହ ଆଲୋଚନା ମଧ୍ୟ କରାଯାଇଥିଲା lଚାଉଁରପୁର ତଥା ଆଖପାଖ ଅଂଚଳର ସମସ୍ତ ଗ୍ରାମବାସୀଙ୍କୁ ସମ୍ବଲପୁରୀ ଧନୁଯାତ୍ରା ବିଶେଷ ଭାବରେ ଗୋପପୁରର କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଗ୍ରାମର ଯୁବକ ଓ ପ୍ରମୁଖ ବ୍ୟକ୍ତିଙ୍କ ସହ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ବିସ୍ତୃତ ଆଲୋଚନା ପାଇଁ ଚାଉଁରପୁରରେ ଏକ ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା lଆଜି ସମ୍ବଲପୁରୀ ଧନୁଯାତ୍ରା କମିଟି ସମ୍ପାଦକ ଗୁଣରଞ୍ଜନ ସାଲିମାଙ୍କ ନେତୃତ୍ୱରେ ବବଲୁ ବାଗ, ସୂର୍ଯ୍ୟ ପାଣିଗ୍ରାହୀ, ସୌରୀ ନାରାୟଣ ପାଣିଗ୍ରାହୀ, ଯୋଗେଶ ନନ୍ଦ, ଚୈତନ୍ୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l