Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀଜଗନ୍ନାଥ ସାହିତ୍ୟ ସାଂସଦର ୩୫ ତମ ସ୍ଵନକ୍ଷତ୍ର ଉତ୍ସବ

ଦେବଗଡ଼: ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଦେବଗଡ଼ସ୍ଥିତ ଶ୍ରୀଜଗନ୍ନାଥ ସାହିତ୍ୟ ସାଂସଦର ୩୫ ତମ ସ୍ଵନକ୍ଷତ୍ର ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।ସଂସଦର ସଭାପତି ଡ଼ ଭାରତ ଭୁଷଣ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟିକ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ନାକ୍ଟିଦେଉଳ କଲେଜର ଅଧ୍ୟକ୍ଷ ଡ଼ ମନୋଜ ପଧାନ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଶାର ସାରସ୍ଵତ ଆନ୍ଦୋଳନରେ ବାମଣ୍ଡାର ଅବଦାନ ସଂପର୍କରେ ଉଦବୋଧନ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ସଦାଶିବ ପଧାନ, ଦେବଗଡ଼ ପୌରପାଲିକାର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ଆଇନଜୀବୀ ହୃଦାନନ୍ଦ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ଅତିଥି ଗଣ ସଂସଦର ବାର୍ଷିକ ମୁଖପତ୍ର ପଦରେଣୁକୁ ଉନ୍ମୋଚନ କରିଥିଲେ ।ସଂସଦର ସମ୍ପାଦକ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ ଓ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ବେଳେ ମାନପତ୍ର ପାଠ କରିଥିଲେ ।ସଭ୍ୟ ସୁମିତ୍ରା ପୁରୋହିତ ବାର୍ଷିକ ବିବରଣୀ ପଠନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲୀ ଧର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ଏଥିରେ ବହୁ ନବୀନ ଓ ପ୍ରବୀଣ କବି ସ୍ୱରଚିତ କବିତା ପାଠ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ