Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତକାଳୀନ ସ୍ଵତନ୍ତ୍ର ଜାତୀୟ ସେବା ଯୋଜନା ଶିବିର

ଲକ୍ଷ୍ମୀପୁର ୨୪/୧୨ …ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ୱାରା ପ୍ରୟୋଜିତ ସାତ ଦିନିଆ “ଶୀତକାଳୀନ ସ୍ଵତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ୨୦୨୩” ରଞ୍ଜିତ ଗୁଡା ଗ୍ରାମରେ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସଭାପତିତ୍ବରେ ଉଦଘାଟିତ ଯାଇଛି। ମୁଖ୍ଯ ଅତିଥି ଭାବେ ପୂର୍ବତନ ସାଂସଦ ଝିନ ହିକ଼କା, ମୁଖ୍ୟ ବକ୍ତା ଗ୍ରୀନ୍ ଇଣ୍ଡିଆ ସଭାପତି ତଥା ବିଶିଷ୍ଠ ପରିବେଶବିତ ଗୋପେଶ୍ଵର ଗରଡା ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିଳ୍ପ ଅଧୀକାରୀ ଲିଙ୍ଗରାଜ ଖଣ୍ଡପାଣି ଓ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଯୋଗ ଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।ଏହି ଶିବିର ଡିସେମ୍ବର ୨୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିବିରରେ ସମୁଦାୟ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗ ଦେଇଥିବା ବେଳେ ସାତଦିନ ଭିତରେ ବୃକ୍ଷ ରୋପଣ,ପରିବେଶ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା, ତମ୍ବାଖୁ ବର୍ଜନ, ମଦ ନିଶା ନିବାରଣ, ବାଳିକା ଶିକ୍ଷା ତଥା ଅନ୍ୟାନ୍ଯ ପ୍ରକାର ସାମାଜିକ କାର୍ଯ୍ଯ ଉପରେ ଆଧାରିତ କାର୍ଯ୍ଯକ୍ରମ ଆୟୋଜିତ ହେବ। କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧୀକାରୀ ଇଂରାଜୀ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ।