Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦିବ୍ୟ ପୁରୁଷ ବିନୋଦ ବିହାରୀ ନାଥଙ୍କ ପରଲୋକ

ସମ୍ବଲପୁର: ଦିବ୍ୟ ପୁରୁଷ,ସତ୍ୟ ନିଷ୍ଟାର ସତ୍ୟବାନ ଚରିତ୍ର,ଆଦର୍ଶ ଶିକ୍ଷକ ବିନୋଦ ବିହାରୀ ନାଥ ଆଉ ନାହାଁନ୍ତି ଆମ ଗହଣରେ। ୮୪ ବର୍ଷ ବୟସରେ ତାଙ୍କ ଆଜି ସମ୍ବଲପୁର କୁଲୁଥକାନୀ ଠାରେ ରହୁଥିବା ବଡ ପୁଅଙ୍କ ବାସ ଭବନରେ ପରଲୋକ ହୋଇଯାଇଛି।ତାଙ୍କର ୩ ଝିଅ ଓ ୨ ପୁଅ ଥିଲେ। ସମସ୍ତେ ବିବାହିତ ଓ ରୋଜଗାର କ୍ଷମ ସମ୍ରାନ୍ତ ହୋଇଥିଲେବି ସାରା ପରିବାର ଓ ନାତି ନାତୁଣୀଙ୍କ ପ୍ରତି ତାଙ୍କର ଥିଲା ଅନାବିଳ ସ୍ନେହ ଓ ଶ୍ରଦ୍ଧା।ସେ ଥିଲେ ଜଣେ ଆମାୟିକ ବ୍ୟକ୍ତିତ୍ୱ ଓ ନିର୍ଭିକ ବାକ୍ୟଶକ୍ତିର ବୀର ମଣିଷ।ବାହାମ ଗ୍ରାମ ପଞ୍ଚାୟତର ବାହାମ ଗ୍ରାମ ନିବାସୀ ବିନୋଦଙ୍କ ନିର୍ଭିକତା କାର୍ଯ୍ୟ,ଜୀବନ ଦର୍ଶନ,ସାମାଜିକ ଦାୟିତ୍ୱବୋଧତା, ଶିକ୍ଷାଦାନ ସମଗ୍ର ସମାଜ ପାଇଁ ଏକ ବିରଳ ଉଦାହରଣ ହୋଇ ରହିଯିବ। ତାଙ୍କ ମୃତ୍ୟୁ ସମୟରେ ପରିବାର ସ୍ୱଜନ ଉପସ୍ଥିତ ରହିଥିଲେ।ଆସନ୍ତା କାଲି ସକାଳେ ତାଙ୍କ ମର ଶରୀର ନିଜ ବାସ ଭବନରେ ପହଞ୍ଚିବା ପରେ ପରିବାର, ଜ୍ଞାତି କୁଟୁମ୍ବ, ଆତ୍ମିୟ ସ୍ୱଜନ ଓ ଗ୍ରାମବାସୀ ଶେଷ ଦର୍ଶନ କରିବା ପରେ ଗ୍ରାମ ରାଜଘାଟରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ଦିଆଯାଇଛି । ବିନୋଦ ବିହାରୀ ନାଥଙ୍କ ମୃତ୍ୟୁ ଖବର ପାଇ ରେଢାଖୋଲ ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ, ମନ୍ତ୍ରୀ,ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ପଡିଆବାହାଲ ଦୁର୍ଗାପୂଜା କମିଟି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ବିନୋଦଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।