ବେଲଗୁଣ୍ଠା,24/12, ବେଲଗୁଣ୍ଠl ଦିବ୍ୟ ଜୀବନ ସଂଘ ଶାଖା ପରିସରରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି , ଏଥିରେ ବହୁତ ଭକ୍ତ ସମାଗମ ହୋଇଥିଲେ , ପ୍ରାତଃ ୫ ଘଣ୍ଟ ଠାରୁ ଶ୍ରୀ ଗୁରୁ ପାଦପୂଜା ଓ ନଗର ପରିକ୍ରମା ଭକ୍ତ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା l ପରେ ଦିବା ୯ ଘଣ୍ଟ ଠାରୁ ଗୀତା ଯଜ୍ଞ କାର୍ଯକ୍ରମ ଚାଲୁ ରହିଥିଲା ଓ ଦିବା ୨ ଘଣ୍ଟ ସମୟ ରେ ସମାପନ ହୋଇଥିଲା , ଗୀତା ର ସମସ୍ତ ଶ୍ଳୋକ ରେ ଆହୁତି ପ୍ରଦାନ କରାଯାଇଥିଲା ଏଥିରେ ପଣ୍ଡିତ ଶ୍ରୀ ରାମକୃଷ୍ଣ ପତି, ପବିତ୍ର କୁମାର ସାହୁ, ଏନ ସୁରେଶ ଚୌଧୁରୀ , ସିଏଚ ଚିଦାନନ୍ଦ ପାତ୍ର , ଟି ଅଶୋକ କୁମାର ପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଭାଗ ନେଇଥିଲେ , ଯଜ୍ଞ କର୍ତ୍ତା ରୂପେ ଅଧ୍ୟାପକ ପ୍ରଦୁମ୍ନ କୁମାର ସାହୁ ଯଜ୍ଞ କାର୍ଯକ୍ରମ ରେ ସହଯୋଗ କରିଥିଲେ , ଶେଷରେ ପୂର୍ଣ୍ଣାହୁତି ପରେ ଆରତୀ ଓ ପୁଷ୍ପାଞ୍ଜଳୀ ହୋଇଥିଲା l ପରେ ପ୍ରସାଦ ସେବନ ରେ ବେଲଗୁଣ୍ଠl ର ବହୁତ ଭକ୍ତ ଭାଗ ନେଇଥିଲେ l ଗତ କାଲି ଠାରୁ ସନ୍ଧ୍ୟା ସମୟ ରେ ଗୀତା ବିଷୟ ରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି , ଏହି ଅବସର ରେ ସୁଦୂର କଟକ ରୁ ବକ୍ତା ପଣ୍ଡିତ ଜଗତ କିଶୋର ଦାସ ଯୋଗଦେଇ , ଗୀତା ର ସମସ୍ତ ଗୁଢ଼ ରହସ୍ୟ ବିଷୟରେ ଆଲୋକ ପାତ କରିଥିଲେ l ଏହି କାଯ୍ୟକ୍ରମରେ ବେଲଗୁଣ୍ଠାର ବହୁ ମାନ୍ୟଗଣ ବ୍ୟକ୍ତି ଙ୍କ ସମାଗମ ହୋଇଥିଲେ ।
ବେଲଗୁଣ୍ଠା ଦିବ୍ୟଜୀବନ ସଙ୍ଘ ପକ୍ଷରୁ ଗୀତl ଜୟନ୍ତୀ ପାଳିତ
