Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ୪ ବିଧାନସଭା ଆସନ:ସାମାଜିକ ଓ ଦାୟିତ୍ୱ ସଂପର୍ଣ୍ଣ ପ୍ରାର୍ଥୀ ଉପରେ ସବୁ ଦଳର ଆଖି

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ୪ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ କେଉଁ ଆସନରୁ କୌଣସି ଦଳ ଏ ଯାଏ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନେଇନାହିଁ । ବରଂ ପରୋକ୍ଷରେ ଆଶାୟୀ ପ୍ରାର୍ଥୀଙ୍କୁ ମାଡିଚାଲର ଇସାରା ଦିଆଯାଇ ଦଳର ଉପସ୍ଥିତିକୁ ଜାହିର କରି ନିଜର କସରତ୍ ଦେଖାଇବାକୁ ଏକ ପ୍ରକାର ଇଙ୍ଗିତ କରାଯାଇଛି ।ରେଙ୍ଗାଲୀ ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଥିବା ବେଳେ କୁଚିଣ୍ଡା ଓ ସମ୍ବଲପୁର ପାଇଁ କିଏ ପ୍ରାର୍ଥୀ ହେଲେ ଜିତିବା ସହଜ ହେବ ସେ ଦିଗ ପ୍ରତି ଧ୍ୟାନ ଦେଇ ଫେବୃୟାରୀ ପରେ ପ୍ରାର୍ଥୀ ଘୋଷଣା ଏକ ପ୍ରକାର ନିଶ୍ଚିତ ହୋଇପାରେ । ଅନ୍ୟପଟେ ବର୍ତ୍ତମାନ ବିଧାୟକ ଥିବା ଜିଲ୍ଲାର ୪ ଆସନରେ ନିଜରଯେ ପ୍ରାର୍ଥୀ ବଜାୟ ରଖିବେ ସେଭଳି କୌଣସି ନିଶ୍ଚିତତା ରହୁନି। ଆଭ୍ୟନ୍ତର ସ୍ଥିତି ପରଖି ସେତେବେଳେହିଁ ନିଷ୍ପତ୍ତି ନିଆଯିବ ବୋଲି ଦଳୀୟ ମହଳରୁ ଆଭାସ ମିଳୁଛି । ବିଶେଷ କରି ରେଢାଖୋଲରେ ଇଂ ରୋହୀତ ପୂଝାରୀଙ୍କ ସ୍ଥିତି ବର୍ତ୍ତମାନକୁ ଭଲ ନାହିଁ । ହାଇକମାଣ୍ଡବି ତାଙ୍କ ପ୍ରତି ସେତେଟା ଖୁସୀ ନୁହେଁ । ସେପଟେ ରେଢାଖୋଲର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ ରେଢାଖୋଲକୁ ନିଜର ସୁରକ୍ଷିତ ଆସନ ହିସାବରେ ଗ୍ରହଣ କରି ରେଢାଖୋଲ ମୁହାଁ ହୋଇଥିବା ବେଳେ ଏହି ଦଳରୁ ଆଶାୟୀଙ୍କ ସଂଖ୍ୟା ତାଲିକା ବଢିବାରେ ଲାଗିଛି ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରା,ପ୍ରମୋଦ ରଥ,ସଞ୍ଜିତ ମହାନ୍ତି,ପ୍ରଦୀପ ପ୍ରଧାନ,ସୁଦର୍ଶନ ସାହୁ,ଶରତ ଚନ୍ଦ୍ର ସାହୁ ଭଳି ବହୁ ନେତା ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି । ପୁଣି ଏଠାରେ ସ୍ଥାନୀୟ ପ୍ରାର୍ଥୀ ନେଇ ଜନମତ ବ୍ୟାପକ ହେଉଥିବାରୁ ଦଳ ସବୁ ଦିଗକୁ ଆଖି ଆଗରେ ରଖିଛି।ଆଶାୟୀଙ୍କ କାଟତି ଓ ଲୋକପ୍ରିୟତାକୁ ଦେଖି ନିଷ୍ପତ୍ତି ନେବ। ଏପରିକି ରେଢାଖୋଲରେ ମହିଳା କାର୍ଡ ଖେଳି ବିଜେଡି ତାର ଗୋଟି ଚାଲନା କରିପାରେ କିମ୍ବା ଦଳ ଭିତରେ ନଥାଇବି ଦଳ ପ୍ରତି ଅନୁରାଗ ରହୁଥିବା ଓ ସାମାଜିକ ଦାୟିତ୍ୱ ସହିତ ନେତୃତ୍ୱ ଦକ୍ଷତା ରହିଥିବା କିଛି ଲୋକଙ୍କ ଉପରେ ଦଳ ନଜର ରଖିଥିବା କୁହାଯାଉଛି । ସେପଟେ ବିଜେପିରେ ମଧ୍ୟ ସମାନ ଅବସ୍ଥା । ବର୍ତ୍ତମାନକୁ ୨ ଜଣ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଓ ଗୋବିନ୍ଦ ଅଗ୍ରୱାଲ ଦଳୀୟ ଟିକଟ ପାଇଁ ଲବିରେ ଥିଲେ ମଧ୍ୟ ବିଜେପିରେ ମଧ୍ୟ ଆଶାୟୀଙ୍କ ଲମ୍ବା ଧାଡି ରହିଛି ।ଲୋକଙ୍କ ଦାବି ସ୍ଥାନୀୟ ପ୍ରାର୍ଥୀ ଉପରେ ଲୋକଙ୍କ ମତିଗତି ଦେଖି ବିଜେପି ଶେଷ ମୁହୂର୍ତ୍ତରେ ପ୍ରାର୍ଥି ଘୋଷଣା କରିପାରେ । ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବା ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏଠାରେ ବିଜେପି ଭାବିଚନ୍ତି ଦଳୀୟ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି ।ତେଣୁ ୨ ଉଭୟ ଆଶାୟୀଙ୍କ ବାଦ ଦେଇ ନୂଆଁ ନାମ ମଧ୍ୟ ବିଜେପି ଯୋଡିପାରେ। କଂଗ୍ରେସର ଆସବ ଅଲ୍ଲି ଖାଁକୁ ବାଦ ଦେଇ ଏଠାରେ ଲବିରେ କେହି ନାହାଁନ୍ତି । ଜଣେ ଟାଣୁଆ ନେତା ଭାବେ ବାରମ୍ବାର ଲଢି କମ ଭୋଟରେ ହାରୁଥିବା ଆସବଯେ ବର୍ତ୍ତମାନକୁ ସୁବିଧା ଜନକ ସ୍ଥିତିରେ ରହିଥିବା ଆଲୋଚନା ହେଉଛି । ଅନ୍ୟପଟେ କୁଚିଣ୍ଡାରେ ନବ ଦାଶ ଗୋଷ୍ଟି କୁହାଯାଉଥିବା କିଶୋର ନାଏକ ପୁଣିଥରେ ପ୍ରାର୍ଥୀ ରହିବେକି ତାଙ୍କ ସ୍ଥାନରେ ଆଉ କିଏ ଆସିବ ସେ ବିଷୟରେ ବର୍ତ୍ତମାନକୁ କୌଣସି ବିଚାର ହୋଇନି ସତ କିନ୍ତୁ ଆଶାୟିତ ଅନେକ ରହିଛନ୍ତି । ସେମିତିରେ ଦେଖିବାକୁ ଗଲେ କିଶୋରଙ୍କ ଉପରେ ଦଲ ଭିତରେ ସେଭଳି କୌଣସି ଅସନ୍ତୋଷ ନାହିଁ,ତେବେବି ଭିତରେ ଭିତରେ ନିଆଁ କୁହୁଲୁଛି । ଏଠାରେ ବିଜେପିରୁ ରବି ନାଏକ ପ୍ରାର୍ଥୀ ରହିବା ଏକ ପ୍ରକାର ନିଶ୍ଚିତ ।ସେହିପରି ରେଙ୍ଗାଲୀରେ ନାଉରୀ ନାଏକ ବିଜେପିରୁ ବିଧାୟକ ରହିଛନ୍ତି । ଏଠାରୁ ନାଉରୀଙ୍କୁ ଛାଡି ବିଜେପି ଆଉ କାହାକୁ ପ୍ରାର୍ଥୀ କରିବ ସେଭଳି କୌଣସି ଚିନ୍ତା କରିନି ବରଂ ଚିନ୍ତା ବଢାଇଛି ବିଜେଡିକୁ ।ଏଠାରେ ବିଜେଡି ପ୍ରାର୍ଥି ହେବାକୁ ଲାଗିଛି ଲମ୍ବା ଧାଡି ।ପୁର୍ବତନ ବିଧାୟକ ରମେଶ ପଟୁଆଙ୍କ ସହିତ ଅମର ତାଣ୍ଡିଆ,ରୀନା ତନ୍ତୀ,ଗାନ୍ଧୀ ବେହେରା,ଦିଲ୍ଲୀପ ଦୁରୁଆ ଭଳି ଅନେକ ଆଶାୟି ରହିଛନ୍ତି । ଅମର ନିଜର ସାମାଜିକ ସେବା ପାଇଁ ସମଗ୍ର ନିର୍ବାଚନ ମଣ୍ଡଲୀ କାହିଁକି ସମ୍ବଲପୁରରେ ମଧ୍ୟ ବେଶ ଜଣାଶୁଣା । ରୀନା ତନ୍ତୀ,ଗାନ୍ଧି ବେହେରାବି ଚର୍ଚାରେ ରହିଛନ୍ତି । କିନ୍ତୁ ସାମାଜିକ ସେବା ଦିଗରେ ବିଜେଡି ଗୁରୁତ୍ୱ ଦେଉଥିବାରୁ କେବଳ ରେଙ୍ଗାଲୀ କାହିଁକି ସମ୍ବଲପୁର ରେଢାଖୋଲ ଉପରେ ସାମାଜିକ ନେତୃତ୍ୱ ଉପରେ ବିଜେଡି ଯୋର ଦେଉଥିବା କୁହାଯାଉଛି । କଂଗ୍ରେସରୁ ଦୁର୍ଯୋଧନ ଗର୍ଡିଆ ପୁଣି ଥରେ ପ୍ରାର୍ଥି ହୋଇପାରନ୍ତି । ତେବେ ସମ୍ବଲପୁର ବିଧାନସଭା ଆସନ ବର୍ତ୍ତମାନ ରୋଚକ ହୋଇଛି ।ସମ୍ବଲପୁରର ବିଧାୟକ ରହିଛନ୍ତି ଜୟନାରାୟଣ ମିଶ୍ର ଓ ସେ ବର୍ତ୍ତମାନକୁ ବୋରୋଧିଦଳ ନେତା ରହିଛନ୍ତି । ସେ ତାଙ୍କ ରାଜନୈତିକ ଇଚ୍ଛାଶକ୍ତି ଥିବା ଯାଏ ସମ୍ବଲପୁର ଆସନକୁ ହାତଛଡା କରିବେନି କିମ୍ବ ଦଳ ହାଇକମାଣ୍ଡ ମଧ୍ୟ ଜୟଙ୍କ ବିନା ପରାମର୍ଶରେ ସମ୍ବଲପୁର ପ୍ରାର୍ଥୀ ନେଇ ସେଭଳି ରିକ୍ସ ଉଠାଇବ ନାହିଁ। ତେବେବି ବହୁ ଛାମୁଆ ନେତା ସମ୍ବଲପୁରର ଲଢିବାକୁ ଅଣ୍ଟା ଭିଡି ରହିଛନ୍ତି। କଂଗ୍ରେସରୁ ସୁରେଶ୍ୱର ମିଶ୍ର,ଅଶ୍ୱନୀ ଗୁରୁ,ଦୁଲାଲ ପ୍ରଧାନଙ୍କ ଭଳି ଆଶାୟି ରହିଥିବା ବେଳେ ବିଜେଡିରେ କିନ୍ତୁ ରହିଛି ବଡ ଲାଇନ । ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ପୁଣି ଥରେ ଟିକଟ ଆଶାୟୀ ଥିବାବେଳେ ତାଙ୍କ ପଛକୁ ସିଦ୍ଧାର୍ଥ ଦାଶ, ସଞ୍ଜୟ ବାବୁ,ଇଂ ରୋହୀତ ପୂଝାରୀ ରହିଛନ୍ତି । ତେବେ ଦଳ ଭିତରେ ରହିଛି ବହୁ ଗୋଷ୍ଠୀ । ଯିଏ ୮୦ ଭାଗକୁ ଏକାଠି କରି ନିଜର ବଳ ଦେଖାଇବ ସିଏହିଁ ହେବ ବିଜେଡି ପ୍ରାର୍ଥୀ ବୋଲି ଦଳ ଏକ ପ୍ରକାର ଇସାରା ଦେଇଥିବା ନେଇ ଚର୍ଚା ହେଉଛି । ତେବେ ସମ୍ବଲପୁର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥିବାରୁ ବିଜେଡି ଏହାକୁ ସମ୍ମାନ ସହିତ ନେଉଥିବାରୁ ନିର୍ବିବାଦିୟ ଓ ଗୁଣି ଜ୍ଞାନି ସାମାଜିକ ଚିନ୍ତାଧାରା ରଖୁଥିବା ଦଳ ବାହାର ନେତୃତ୍ୱ ଉପରେ ମଧ୍ୟ ଭରଷା ରଖୁଛି । ଏଭଳି କ୍ଷେତ୍ରରେ ସମ୍ବଲପୁରର ଆଗ ଧାଡିର ସମାଜସେବୀ ତଥା ବରଗଡ ସାଂସଦ ସୁରେଶ ପୂଝାରୀଙ୍କ ଭାଇ ସୁଧିର ପୂଝାରୀଙ୍କ ଉପରେ ମଧ୍ୟ ନଜର ରଖିଛି । ଅନ୍ୟପଟେ ଜଣେ ପୋଲିସ କର୍ମଚାରୀ ହୋଇଥିଲେବି ସମାଜସେବୀ ରାମଦାଶ ପଣ୍ଡାଙ୍କ ନାମ ମଧ୍ୟ ସାମନାକୁ ଆସୁଛି । ବିଜେଡି ଦଳକୁ ବର୍ତ୍ତମାନ ସାମାଜିକ ଆନ୍ଦୋଳନରେ ପରିଗଣିତ କରିବାକୁ ଯାଉଥିବାରୁ ସମ୍ବଲପୁର କ’ଣ ଜିଲ୍ଲାର ୪ ଆସନରୁ ସାମାଜିକ ଚିନ୍ତାଧାରା ଥିବା ନେତୃତ୍ୱ ଉପରେ ବିଶ୍ୱାସକୁ ନେଉଥିବା ଭଳି ବିଚାର ରଖି ଦଳ ଭିତରେ ନୂଆଁ ଏକ ଚମକ ଦେଖାଇବ ନିଜର କରିସ୍ମା ଜାହିର କରିବା ଭଳି ମସ୍ତବଡ ପଦକ୍ଷେପ ନେଇପାରେ ବୋଲି ରାଜନୈତିକ ବିଶାରଦ ଭିତରେ ଚର୍ଚା ଆରମ୍ଭ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ