Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନିତ ଯୁବ ବିକାଶ କ୍ରୀଡା ଉଚ୍ଚବ ଉଦ୍ଘାଟିତ,

ବେଲଗୁଣ୍ଠା,୨୬/୧୨ ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟିତ ହେଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୮ମ ବାଟାଲିୟନର ନିର୍ବାହୀ ଅଧିକାରୀ ହୃଷିକେଶ ରଥ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବି ମଞ୍ଚାସିନ ଥିଲେ। ନୋଡାଲ୍ ଅଫିସର ଡଃ. ପ୍ରଦ୍ୟୁମ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିରେନ୍ଦ୍ର ନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଖେଳ ଶିକ୍ଷକ ସନ୍ତୋଷ କୁମାର ପଲେଇ ସମେତ ହେମନ୍ତ କୁମାର ନାୟକ, ଦିଲ୍ଲୀପ କୁମାର ରେଡ୍ଡୀ,ରାଧାମୋହନ ଦାସ,ବିଶ୍ବନାଥ ଡାକୁଆ ଅଧ୍ୟାପକ ଏମ୍.ରାଜେଶ୍ବର ପୃଷ୍ଟି, ଭାଗିରଥ ପାଢୀ,ବିରଞ୍ଚି କୁମାର ଲେଙ୍କା,ଦିଲୀପ କୁମାର ରେଡି, ରାଧାମୋହନ ଦାସ, ଦୁଃଖିଶ୍ୟାମ ବେହେରା, ଶ୍ରୀମତି ତ୍ରୀପାଠୀ, ପ୍ରଦୀପ କୁମାର ଶତପଥୀ, ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ସହ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଶ୍ରୀ ରଥ କ୍ରୀଡାଶୀଳା କୁ ଉଦଘାଟନ କରିଥିଲେ। ଶେଷରେ ବାଣିଜ୍ୟ ବିଭାଗର ମୁଖ୍ୟ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories