Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମଲ୍‌ପୁରି ହପ୍ତା ୨୦୨୩: କଥାନି ଭେକାନି କହାତି କାର୍ଯକ୍ରମ

ସମ୍ବଲପୁର:ଆଜି ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲ୍‌ପୁରି ଭାଷା ଏକାଡ଼େମି ପକ୍ଷରୁ ସମ୍ବଲ୍‌ପୁରି ହପ୍ତା ୨୦୨୩ ଅବସରରେ ସମଲପୁରି କଥାନି ଭେକାନି କହାତି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଆଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାଦେବ ସିଂ ଓ ମୁଖ୍ୟ ବକ୍ତା ଭାବେ ମିଲନ ଗଡ୍ଡିଆ ଯୋଗ ଦେଇ ମା ସମଲେଇଙ୍କୁ ପୂଜାର୍ଚ୍ଚନା ପରେ କାର୍ଯକ୍ରମ ଆରମ୍ଭ କରାଯାଇଥିଲା ।
ଶ୍ରୀ ଗଡ୍ଡିଆ ଗୁଟେ ‘ସର୍‌ଗର୍‌ ପାରିଜାତ୍‌ ଫୁଲ୍‌’ କଥାନି କହିଥିଲେ। ଚତୁର୍‌ଭୁଜ ଗର୍ଡିଆ ସମଲପୁରି ଭେକାନି କାର୍ଯକ୍ରମ ଆରମ୍ଭ କରିଥିଲେ ।
ରାହୁଲ୍‌ ନିଖଣ୍ଡିଆ ‘ବାଘ୍‌ ଆର୍‌ କୁଲିଃଆ’ କଥାନି କହିଥିଲେ । ଏହା ସହ ଅନେକ ଛାତ୍ର ଛାତ୍ରୀ କଥାନି କହିଥିଲେ । ଗାଁର ବହୁ ସଂଖ୍ୟାରେ ଆବାଳବୃଦ୍ଧବନିତା କାର୍ଯକ୍ରମକୁ ବହୁ ଉତ୍ସାହ ସହକାରେ ଅଂଶଗ୍ରହଣ କରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦେବାସିସ ସାହୁ ସଂଚାଳନ କରିଥଲେ । ତା: ୨୭ ସମଲପୁରି ଖେଲ୍‌ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଚେୟର୍‌ ପର୍ସନ୍‌ ହେମକାନ୍ତ ସାହୁ ସୂଚନା ଦେଇଥିଲେ ।