Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରଶେଖର ବାବା ମନ୍ଦିରରେ ଏକଦିଵସୀୟ ନାମଯଜ୍ଞ ସମାରୋହ

ଚିପିଲିମା,ସମ୍ବଲପୁର ଜିଲ୍ଲା ଚିପିଲିମା ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ପ୍ରତ୍ୟେକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ ଏକଦିଵସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଥିବାବେଳେ,ଗତ ସୋମବାର
ମଧ୍ୟ ନାମଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମନ୍ଦିରରେ ରୀତିନୀତିରେ କଳସପୂଜା ରାଧାକୃଷ୍ଣ,ଷଡ଼ବୈଷ୍ଣବ ,ହବନ ଆଦି ପୂଜାର୍ଚ୍ଚନା ହୋଇଥିଲା।ଯଜ୍ଞ କର୍ତ୍ତା ଭାବରେ ଚିପିଲିମା ଜଳ ବିଦ୍ୟୁତ ପ୍ରକଳ୍ପର ଏସଡ଼ିଓ ଇଂ.ଶୁକଦେଵ
ବେହେରା ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିଲେ।ସେହିପରି ପୂଜକ ଭାବରେ ପଣ୍ଡିତ ପ୍ରଦୀପ କୁମାର ନାୟକ
ଦାୟିତ୍ୱ ସମ୍ପାଦନ କରିଥିଲେ।ସହଯୋଗୀ ଭାବରେ ପଣ୍ଡିତ ସାହିଲ,ଅଂଶୁମାନ,ମନ୍ଦିର ପୂଜକ ବିଶ୍ୱନାଥ ନାୟକ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳରୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସପ୍ରେମ ସହଯୋଗ କରିଥିଲେ।ଦିନତମାମ ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ଅଞ୍ଚଳ ମୁଖରୀତ ହୋଇଉଠିଥିଲା।ସମସ୍ତ ଉପସ୍ଥିତ ଭକ୍ତ ତଥା ଜନସାଧାରଣଙ୍କ ପାଇଁ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା।ମୁଖ୍ୟ ଉଦ୍ୟୋକ୍ତା ପଞ୍ଚାନନ ପଣ୍ଡା,ମନୋଜ ଦାସ,ବିଶ୍ୱ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଯଜ୍ଞରେ ଗାୟକ ଗୁରୁ ବଳରାମ ମେହେର,ଗାୟକ ଲାଲଜି ସାହୁ,ଆଲୋକ ବେହେରା,ସନ୍ତୋଷ ବିଶ୍ୱାଳ,ପ୍ରସନ୍ନ ସାହୁ,ଚିତ୍ତରଞ୍ଜନ ପଣ୍ଡା,ଅନୁ ପଣ୍ଡା,କାମରାଜୁ,ତପନ ନାୟକ,ପ୍ରମୁଖ ସହଯୋଗ କରିଥିବାବେଳେ,ଅଞ୍ଚଳବାସୀ ସହଯୋଗ କରିଥିଲେ।
;

More Stories