Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଉନ୍ମୋଚିତ ହେଲା ‘ଫିର୍ ଆଏଗା ମୋଦି’ ଗୀତ, ଭିଡ଼ିଓ ଏବଂ ନୂଆବର୍ଷ କ୍ୟାଲେଣ୍ଡର୍

ସମ୍ବଲପୁର:ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଇଂରାଜୀ ନବବର୍ଷ ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାଙ୍କୁ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ବିଜେପି ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ କରକମଳରେ ‘ଫିର୍ ଆଏଗା ମୋଦି’ ପ୍ରଚାର ଗୀତ, ଭିଡ଼ିଓ ଏବଂ ନୂଆବର୍ଷର କ୍ୟାଲେଣ୍ଡର୍ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆଉ ଏକ ଗୀତ ‘ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ’ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଉନ୍ମୋଚନ ହୋଇଯାଇଛି ।
ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ଆମର ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ବିଗତ ସାଢେ ନଅ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି ସଂଯୋଗ, ଋଣ, ବ୍ୟାଙ୍କ ଖାତାକୁ ଟଙ୍କା ଦେବା ଭଳି ଅନେକ କାର୍ଯ୍ୟକ୍ରମ ଗରିବ ଲୋକଙ୍କ ଜୀବନଶୈଳୀରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛି । ଗରିବ, ଅସହାୟ, ଚାଷୀ, ମହିଳା, ଯୁବ, ବଞ୍ଚିତ ତଥା ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ମୋଦି ସରକାରଙ୍କ ସବୁ କଲ୍ୟାଣକାରୀ ଯୋଜନାର ଲାଭ ପାଇ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହୋଇଛନ୍ତି । ଦେଶର ସଡକପଥ, ରେଳପଥ ଓ ଆକାଶପଥ ପାଇଁ ଭିତ୍ତିଭୂମି ଓ ଯୋଗଯୋଗ ସ୍ଥାପନକୁ ସୁଦୃଢ କରାଯିବା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି । ଓଡ଼ିଶା ସମେତ ଭାରତବର୍ଷରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଆବାଳବୃଦ୍ଧବନିତାଙ୍କ କଲ୍ୟାଣ ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ସବୁ ବିଷୟ ଆଧାରରେ ‘ଫିର୍ ଆଏଗା ମୋଦି’ ପ୍ରସ୍ତୁତ ହୋଇଛି । ଏହି ଗୀତ ଜରିଆରେ ବିକଶିତ ଭାରତ ପାଇଁ ମୋଦିଙ୍କ ଗ୍ୟାରେଣ୍ଟିର ପ୍ରଚାର ମାଧ୍ୟମ ହେବ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ, ଢେଙ୍କାନାଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ବିକାଶ ପାଇଁ ସର୍ବଦା ପ୍ରୟାସ ଜାରି ରଖିଛନ୍ତି । ତାଙ୍କ ନେତୃତ୍ୱରେ ହୋଇଥିବା ବିକାଶର କାମକୁ ସମଗ୍ର ଓଡ଼ିଶାବାସୀ ସମର୍ଥନ ଦେଇଛନ୍ତି । ଓଡ଼ିଶାର ଭାଇ ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କଠିନ ପରିଶ୍ରମକୁ ରାଜ୍ୟର ଜନସାଧାରଣମାନେ ସ୍ୱୀକୃତି ଦେଇଛନ୍ତି । ଓଡ଼ିଆଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଥିବା ଲୋକଙ୍କ ସ୍ନେହ, ବିଶ୍ୱାସ, ଭରସା ଉପରେ ଆଧାର କରି ‘ଭାଇ ଆମ ଧର୍ମେନ୍ଦ୍ର ପ୍ରଧାନ’ ନିର୍ବାଚନ ପ୍ରଚାର ଗୀତ ପ୍ରସ୍ତୁତ ହୋଇଛି । ଆଜି ଉନ୍ମୋଚିତ ଗୀତ, ଭିଡିଓ ଏବଂ ନୂଆ ବର୍ଷ କ୍ୟାଲେଣ୍ଡର ଓଡିଆଙ୍କ ମନକୁ ପରିବର୍ତ୍ତନ କରିବାର ମାଧ୍ୟମ ହେବ ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।
ସାମ୍ବାଦିକ ସମ୍ମିଳନୀ ରେ କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା ମଧ୍ୟ ମଞ୍ଚାସିନ ରହିଥିବା ବେଳେ ଜିଲ୍ଳା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡଙ୍ଗୀ ଅତିଥି ପରିଚୟ କରେଇ ସ୍ୱାଗତ ଭାଷଣ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ