Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋରଡା ବିଧାୟକ ଙ୍କ ଦ୍ଵାରା ବେଲଗୁଣ୍ଠାର ବହୁ ପ୍ରକଳ୍ପ ଉଦ୍ଘାଟିତ

ବେଲଗୁଣ୍ଠା,୨୭/୧୨: ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁନଣ୍ଠା ଏନ.ଏ.ସି ର ବହୁ ପ୍ରକଳ୍ପ ଉଦଘାଟିତ ହେଇଯାଇଛି। ଏଥି ମଧ୍ୟରୁ ମା ବ୍ରାହ୍ମଣ ଦେବୀ ଲଷ୍ମୀନୃସିଂହ ଭେଣ୍ଡିଂ ଜୋନ, ମିଶନ ଶକ୍ତି କାଫେ, ଜ୍ଞାନଦେବୀ ଉଦ୍ୟାନ, ସ୍ମାର୍ଟ ପାର୍କ କୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୨ କୋଟି ୧୫ ଲକ୍ଷ ଟଙ୍କା ବିନିମୟରେ ସୁତୁମୁସର ରୋଡ ଠାରେ ୩୦୦ କ୍ଷମତା ବିଶିଷ୍ଠ ବହୁମୁଖୀ ଗୃହ ସେହିପରି ୨କୋଟି ୯୯ ଲକ୍ଷ୍ୟ ଟଙ୍କା ବିନିମୟରେ ଲକ୍ଷ୍ମୀନାରାୟଣ କଲ୍ୟାଣ ମଣ୍ଡପର ବିଧାୟକ ଶ୍ରୀ ସ୍ୱାଇଁ ଶୁଭ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରି ରାକେଶ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର କଳାକୃଷ୍ଣ ପ୍ରଧାନ,ଥାନା ଅଧିକାରୀ ବନବିହାରୀ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନା, ଗ୍ରାମ୍ୟ ଉନ୍ନୟନ ସହକାରି ଯନ୍ତ୍ରୀ ସୁଶାନ୍ତ ମହାପାତ୍ର, ଅଜିତ କୁମାର ସ୍ୱାଇଁ ଓ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ଉପ ନଗରପାଳ ଟି.ବବିତା କୁମାରୀ, ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ମହାପାତ୍ର, କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ସୀମା ସାମଲ, ପ୍ରଦୀପ ସେଠୀ, କାହ୍ନୁ ସାହୁ, ବିଶ୍ୱନାଥ ଦଳାଇ, କାଉନସିଲର ପ୍ରତିନିଧି ଚିଦାନନ୍ଦ ପାତ୍ର, କେ. ଜିତେନ୍ଦ୍ର ସୁବୁଦ୍ଧି, ସନ୍ତୋଷ ସ୍ୱାଇଁ, ଅଜୟ ପାତ୍ର ଙ୍କ ସମେତ ବେଲଗୁଣ୍ଠା ଏନ. ଏ. ସି ର ବରିଷ୍ଠ ବିଜେଡି ନେତା ଆଲୋକ ସାହାଣୀ, ସତ୍ୟ ନାରାୟଣ ମହାପାତ୍ର, ଛାତ୍ର ବିଜେଡି ସଭାପତି ମଣ୍ଟୁ ମହାପାତ୍ର, ଯୁବ ବିଜେଡି ସଭାପତି କୁନା ସାମଲ ଯୁବ ନେତା ସୁକୁଟା ସୁବୁଦ୍ଧି ଅବସର ପ୍ରାପ୍ତ କର୍ମଚାରୀ ସଂଘ, ବିଭିନ୍ନ ମହିଳା ଗ୍ରୁପ ସହିତ ବେଲଗୁଣ୍ଠା ର ବହୁ ମନୟାଗନା ବ୍ୟକ୍ତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories