Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାୟା ସରପଞ୍ଚଙ୍କୁ ଦେଖି ରାଜ୍ୟପାଳ ଖପ୍ପା

ଝାରସୁଗୁଡ଼ା: ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀ। ଏଭଳି ଛାୟା ସରପଞ୍ଚକୁ ଦେଖି ରାଜ୍ୟପାଳ ରଘୁବୀର ଦାଶ ଖପ୍ପା ହୋଇଛନ୍ତି। ଏନେଇ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ ମଧ୍ୟ କରିଛନ୍ତି ରାଜ୍ୟପାଳ।
ରାଜ୍ୟପାଳଙ୍କ ୩ ଦିନିଆ ସମ୍ବଲପୁର ଅବିଭକ୍ତ ଜିଲ୍ଲା ଗସ୍ତ କାଳରେ ଗତକାଲି ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଯାଇଥିଲେ।ସଦର ବ୍ଲକ ତାଲପଟିଆ ଗାଁକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ।ଲୋକଙ୍କ ହାନିଲାଭ ଶୁଣି ସ୍ଥାନୀୟ ସରପଞ୍ଚଙ୍କୁ ଡକାଇଥିଲେ ରାଜ୍ୟପାଳ।ମହିଳା ସରପଞ୍ଚ ନଆସି ତାଙ୍କ ସ୍ୱାମୀ ପହଞ୍ଚିବାରୁ ଖପ୍ପା ହେଲେ ରାଜ୍ୟପାଳ। ଆଉ ତାଗିଦ ମଧ୍ୟ କରିଥିବା ନେଇ ଖବର ସୁଦୂର ପ୍ରସାରୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories