ବୀରମହାରାଜପୁର : (ସୌମିତ୍ରି ମେହେର )
ସୋନପୁର ଭଗବତୀ ପ୍ଳଟ ସ୍ଥିତ କଲ୍ଯାଣ ମଣ୍ଡପ ରେ ମେହେର( ଭୂଲିଆ) ସମାଜ ଜିଲ୍ଲା କେନ୍ଦ୍ର ବୋର୍ଡ ର ନୂତନ କର୍ମକର୍ତ୍ତା ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ର 8 ଟି ଆଞ୍ଚଳିକ କମିଟି ର ନବନିର୍ବାଚିତ କର୍ମକର୍ତ୍ତା ସମେତ ଉଲୁଣ୍ଡା ବ୍ଲକ ର 4 ଟି , ସୋନପୁର ମୁନିସିପାଲଟି ଏବଂ ବ୍ଲକ ର ଆଞ୍ଚଳିକ କମିଟି ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକ ର ସମସ୍ତ ଆଞ୍ଚଳିକ କମିଟି ମିଶି ସମୁଦାୟ ପ୍ରାୟ 23 ଟି ଆଞ୍ଚଳିକ କମିଟିର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ I ବୁଧବାର ଆୟୋଜିତ ସଭାରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୌମିତ୍ରି ମେହେର ସଭାପତିତ୍ଵ କରିଥିବା ବେଳେ ବଲାଙ୍ଗିର କେନ୍ଦ୍ର ବୋର୍ଡ ର ସକ୍ରିୟ ସଦସ୍ୟ ପ୍ରଫୁଲ୍ଲ କୁମାର ମେହେର ପର୍ଯ୍ୟବେକ୍ଷକ ଭାବେ ମଞ୍ଚାସୀନ ଥିଲେ I ପୂର୍ବ ଜିଲ୍ଲା ସଭାପତି ସମାଜ ର ବିଭିନ୍ନ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ଯୁବକମାନେ ନୂତନ କର୍ମକର୍ତ୍ତା ରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ I ପରବର୍ତ୍ତୀ ସମୟରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ (ତରଭା) ନାରାୟଣ ମେହେର କମିଟି ଚୟନ ଦାୟିତ୍ଵ ତୁଲାଇଥିଲେ I ଏଥିରେ ସହମତି ଭିତ୍ତିରେ ସର୍ବ ସମ୍ମତିକ୍ରମେ ମୌଖିକ ଆଲୋଚନା ରେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି l ନୂତନ ଭାବେ ଗଠିତ ଜିଲ୍ଲା କେନ୍ଦ୍ର ବୋର୍ଡ ର କର୍ମକର୍ତ୍ତା ଙ୍କୁ ରାଜ୍ୟ କମିଟି (ନିଖିଲ ଓଡିଶା ମେହେର ଭୁଲିଆ ସାମାଜ) ଆସନ୍ତା 30 ତାରିଖରେ (ଶନିବାର) ସୋନପୁର ଆସି ସ୍ଵିକୃତି ପ୍ରଦାନ କରିବା ସହ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ରାଜ୍ୟ କମିଟି ର ସ୍ଵିକୃତି ମିଳିବା ପରେ ନବ ଗଠିତ କର୍ମକର୍ତ୍ତାଙ୍କ ନାମ ରାଜ୍ୟ ସଂଘ ଘୋଷଣା କରିବାକୁ ଥିବା ପ୍ରକାଶ I ଶେଷରେ ପୌଲସ୍ତି ମେହେର (ସୋନପୁର) ଧନ୍ୟବାଦ ଅର୍ପଣ କରିଥିଲେ I
ସୋନପୁର ଜିଲ୍ଲା ମେହେର (ଭୁଲିଆ)ସାମାଜ କେନ୍ଦ୍ର ବୋର୍ଡ଼ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ
