Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା; ୧୦୦ଟି ସିଟ୍‌ ଲାଗି ମିଳିଲା ଅନୁମତି

ଭୁବନେଶ୍ୱର: ଜାତୀୟ ମେଡିକାଲ କମିଶନ (ଏନଏମସି) କଳାହାଣ୍ଡିର ଭବାନୀପାଟଣା ଠାରେ ନୂତନ ଭାବେ ନିର୍ମିତ ସରକାରୀ ମେଡିକାଲ କଲେଜକୁ ଅନୁମୋଦନ ଦେଇଛି। ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଗୁରୁବାର ଟ୍ୱିଟ୍‌ କରି କହିଛି। ଏଥିରେ କୁହାଯାଇଛି ଯେ ଚଳିତ ବର୍ଷ କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହେବ। କଲେଜରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ରହିବା ଲାଗି ଅନୁମତି ମିଳିଛି।

ଟୁଇଟ୍‌ରେ ଏହା ମଧ୍ୟ କୁହାଯାଇଛି ଯେ, କଳାହାଣ୍ଡିର ଭବାନୀପାଟଣାରେ ଏକ ସରକାରୀ ମେଡିକାଲ କଲେଜ ଖୋଲିବାକୁ ଜାତୀୟ ମେଡିକାଲ କମିଶନ ଅନୁମୋଦନ କରିଛନ୍ତି। ଏହାସହିତ “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଏବଂ ଏହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଆକାଂକ୍ଷାକୁ ପୂରଣ କରିବ।

କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣରେ ୨୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇଥିବା ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ