Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଡାକ୍ତରଖାନା ରେ ଡାକ୍ତରଙ୍କ ଅଭାବ….୭ସ୍ଥାନରେ ଅଛନ୍ତି କେବଳ ୨ଜଣ..ରୋଗୀ ହନ୍ତସନ୍ତ.

ଲକ୍ଷ୍ମୀପୁର ୨୯.୧୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଡାକ୍ତରଖାନା ରେ ଡାକ୍ତର ଙ୍କ ଅଭାବ ଦେଖାଦେଇଛି। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଶେଷ କରି ୩ଟି ବ୍ଲକ ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକ ର ଲକ୍ଷାଧିକ ରୋଗୀ ନିର୍ଭର କରୁଥିବା ବେଳେ ବର୍ତମାନ ମେଡିକାଲ ଇନଚାର୍ଜ କୁ ମିଶାଇ କେବଳ ୩ଜଣ ଡାକ୍ତର ରହିଛନ୍ତି। ଡାକ୍ତର ଖାନା ର ଇନଚାର୍ଜ  ଡ଼ଃ ନବକିଶୋର କୁଣ୍ଡୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ହୋଇଥିବା ବେଳେ ଅଧିକାଂଶ ସମୟରେ ପ୍ରସୂତି କାର୍ଯ୍ୟ ରେ ବ୍ୟସ୍ତ ରହିବା ସହ ଡାକ୍ତର ଖାନା ର ସମସ୍ତ କାଗଜ ପତ୍ର କାର୍ଯ୍ୟ ତାଙ୍କ ହାତ ରେ ହିଁ ହୋଇଥାଏ।  ଡ଼ଃ କୁଣ୍ଡୁ ଙ୍କୁ ବାଦ ଦେଲେ ଡ଼ଃ ଦୀପ୍ତି ରଞ୍ଜନ ପ୍ରଧାନ ଓ ଡ଼ଃ ଦୀନବନ୍ଧୁ ଚୌଧୁରୀ ଦୁଇଜଣ ଡାକ୍ତର ଡାକ୍ତରଖାନା ରେ ୨୪ଘଣ୍ଟା ଇଣ୍ଡୋର ଓ ଆଉଟଡୋର କାର୍ଯ୍ୟ କରିବା ସମ୍ଭବ ପର ହଉନାହିଁ, ତଥାପି ସେମାନେ ମ୍ୟାନେଜ କରିକି ନେଉଥିଲେ ସୁଧା ରୋଗୀ ମାନେ ତୁରନ୍ତ ସେବା ମିଳୁ ନଥିବା କାରଣ ରୁ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖା ଦେଇଛି। ଏହି ଡାକ୍ତରଖାନା ରେ ୧୪ଜଣ ଡାକ୍ତର ରହିବା ବ୍ୟବସ୍ତା ରହିଥିବା ବେଳେ ୭ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯାଇଥିଲା, ଗତ କିଛି ମାସ ହେଲା ଇନଚାର୍ଜ କୁ ମିଶାଇ ମାତ୍ର ୩ଜଣ ଡାକ୍ତର ରହୁଥିବା କାରଣରୁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଉଥିବା ଦେଖିବାକୁ ମିଳିଛି। ଡାକ୍ତର ଖାନା ଟି ୩୦ ଶଯ୍ୟା ବିଶିଷ୍ଟ ହୋଇ ଥିବା ବେଳେ ପ୍ରତ୍ୟକ ଦିନ ଦେଢ଼ସହ ରୁ ଉର୍ଧ୍ଵ ରୋଗୀ ଆଉଟ ଡୋର ରେ ଚିକତ୍ସା ହେଉଥିବା ବେଳେ ଇନ ଣ୍ଡୋର ରେ ପ୍ରାୟ ସବୁସମୟରେ ରୋଗୀଙ୍କ ଭିଡ ଲାଗିରହିଥାଏ। ଅଧିକାଂଶ ଦୁର୍ଘଟଣା  ଗ୍ରସ୍ତ ରୋଗୀ ଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବିଶେଷଜ୍ଞ ଡାକ୍ତର ନଥିବା କାରଣରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥାଏ, ଏହା ଏକ ରେଫେରାଲ ମେଡିକାଲ କୁହାଗଲେ ମଧ୍ୟ ଅତ୍ୟୁକ୍ତି ନାହିଁ। ଡାକ୍ତର ଖାନା ର ଭିତ୍ତି ପ୍ରସ୍ତର ସୁଦୃଢ ରହିଥିବା ବେଳେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନଥିବା କାରଣରୁ ଅଧିକାଂଶ ରୋଗୀ ରାୟଗଡା କୋରାପୁଟ ଓ ଆବଶ୍ୟକ ପଡିଲେ ବ୍ରହ୍ମପୁର ଓ ବିଶାଖାପାଟଣା ଯିବାକୁ ବାଧ୍ୟ ହେଉଛନ୍ତି।  ୬କୋଟି ଟଙ୍କା ରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିବା ବେଳେ ଡାକ୍ତରଖାନା ର ଦୋହରି କରଣ ସକାଶେ ବର୍ତ୍ତମାନ ୪କୋଟି ରୁ ଉର୍ଦ୍ଧ ଟଙ୍କା ରେ କାର୍ଯ୍ୟ ଆରମ୍ଭ କରାଯାଇଛି, କିନ୍ତୁ କେବଳ ଭିତ୍ତି ପ୍ରସ୍ତର ସୁଦୃଢ କଲେ ହେବ କଣ, ଆବଶ୍ୟକ ସଂଖ୍ୟା ରେ ଡାକ୍ତର ନରହିଲେ ସେସବୁ ଭିତିଭୂମି କେଉଁ କାର୍ଯ୍ୟ କୁ ଆସିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। ବର୍ତ୍ତମାନ ରାଜ୍ୟ ସରକାର ୨୪୭୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ କୋରାପୁଟ ଜିଲ୍ଲାକୁ ୯୪ଜଣ ଡାକ୍ତର ଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି, ତଥାପି ଲକ୍ଷ୍ମୀପୁର ଭଳି ଉପାନ୍ତ ଅଞ୍ଚଳ ରେ ଥିବା ଡାକ୍ତରଖାନା ରେ କାହିଁକି ଡାକ୍ତର ପଦବୀ ପୂରଣ କରାଯାଇନାହିଁ ତାହାକୁ ନେଇଁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ବର୍ତମାନ ଜିଲ୍ଲା ପ୍ରଶାସନ ଲକ୍ଷ୍ମୀପୁର କୁ କେତେଜଣ ଡାକ୍ତର ଙ୍କୁ ନିଯୁକ୍ତି ଦେଉଛନ୍ତି ତାହା ଦେଖିବାକୁ ବାକି ଥିବା ବେଳେ  ତୁରନ୍ତ ଡାକ୍ତରୀ ପଦବୀ ପୂରଣ କରିବା ସକାଶେ ସାଧାରଣରେ ଦାବୀ କରା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ