Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଶାର ଫାର୍ମ ରେ ବିଜେଡ଼ି ର ଭେଟଘାଟ….

ଲକ୍ଷ୍ମୀପୁର ୨୯.୧୨ … ଲକ୍ଷ୍ମୀପୁର ନିଶାର ଫାର୍ମ ଠାରେ ଲକ୍ଷ୍ମୀପୁର ବ୍ଲକ ବିଜେଡି ର ଏକ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ  ତଥା ପୂର୍ବତନ ବିଧାୟକ କୈଳାଶ  ଚନ୍ଦ୍ର କୁଲେଶିକା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ଅଧ୍ୟକ୍ଷା ଶୁଆଇ କୁଲେଶିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,କୁମୁଦ ଚନ୍ଦ୍ର ସାଉଁତା, ଶଙ୍କର ସାଉଁତା, ପ୍ରସାଦ ଖରା ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ର ବିଜେଡି ସଭାପତି, ଅନେକ ସରପଞ୍ଚ ଓ ବିଜେଡି କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ।ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ଦଳ ରେ ଅନେକ ପ୍ରାର୍ଥୀ ରହିଥିଲେ ମଧ୍ୟ ନିର୍ବାଚନ ସମୟରେ ସମସ୍ତେ ଏକ ବୋଲି କୁହାଯିବା ସହ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ବିଧାୟକ ଙ୍କ ସମେତ ରାଜ୍ୟ ସମ୍ପାଦକ ପ୍ରକାଶ କରିଥିଲେ। ଏହି ଅବସର ରେ ବଣଭୋଜି ର ଆୟୋଜନ କରାଯାଇ ସମସ୍ତେ ନୂତନ ବର୍ଷ ର ଅଗ୍ରିମ ଶୁଭେଚ୍ଛା ପ୍ରଦାନ କରିଥିଲେ।