Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ,ପର୍ଯ୍ୟବେକ୍ଷକ ବବି ମିଳିମିଶି କାମ କର

ସମ୍ବଲପୁର: ଆଗାମୀ ୨୦୨୪ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ସମ୍ବଲପୁର ବିଧାନସଭା କ୍ଷେତ୍ର ଵିଜୁ ଜନତା ଦଳ (ବିଜେଡି)ର ସାଙ୍ଗଠନିକ ସମୀକ୍ଷା ବୈଠକ ଆଜି ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ନେତୃମଣ୍ଡଳୀ ଏକତ୍ରିତ ହୋଇ କର୍ମୀ ମନୋଭାବ ନେଇ କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ I ସମ୍ବଲପୁର ର ବିକାଶକୁ ଆଗେଇ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା କିପରି ସିଧା ସଳଖ ଲୋକ ମାନଙ୍କ ପାଖରେ ପହଂଚିବ ଏଥି ପ୍ରତି କର୍ମୀ ମାନେ ଗୁରୁତ୍ୱ ଦେବାକୁ ହେବ ବୋଲି ଶ୍ରୀ ଦାସ କହିଥିଲେ I ସ୍ଥାନୀୟ କାଇଁଶୀର ରୋଡ଼ ସ୍ଥିତ ସିଟି ପେଲେସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟିକ ଇଂ.ରୋହିତ ପୂଜାରୀ, ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ପ୍ରବକ୍ତା ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି, ମହାନଗର ନିଗମ ବିଜେଡି ସଭାପତି ସତୀଶ ବିଶି, ଜ଼ିଲ୍ଲା ଉପ ସଭାପତି ଦେବାଶିଷ ନନ୍ଦ, ସୁମନ୍ତ୍ର ପଣ୍ଡା, ବସନ୍ତ ମିଶ୍ର, ଅଶୋକ ମହାକୁର, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ମହିଳା ମହାନଗର ସଭାନେତ୍ରୀ ଡ଼.ସଂଯୁକ୍ତା ମେହେର, ବରିଷ୍ଠ ବିଜେଡି ନେତା ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ଗୋକୁଳ ମେହେର, ଏମ ଡି ସନାଉଲ୍ଲା, ଏମଡି ଅଜିମ ଅଜୁ, ଅଶୋକ ସେନାପତି, ଭବାନୀ ବାବୁ, ଦେବାଶିଷ ପରିଡା, ଧର୍ମରାଜ ମରେଈ , ଦିଲୀପ ଦାଶ, ସୁରୁବାବୁ ମେହେର, ଲିଙ୍ଗରାଜ ତ୍ରିପାଠୀ, ଦିନେଶ ସେଠ, ମହିଳା ନେତ୍ରୀ ଉଷା ପ୍ରଧାନ, କବିତା ପୁରୋହିତ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର, ମିତାଲି ସାହୁ, ରାଜଲଷ୍ମୀ ପ୍ରଧାନ, ସୁରେଖା ସାହୁ, କୁନ୍ତୀ ସିଂହ, ସବିତା ଆଚାର୍ଯ୍ୟ, ପୁଷ୍ପା ପଣ୍ଡା, ନୀଳିମା ନାୟକ, ସସ୍ମିତା ଦୀପ, ନନ୍ଦିନୀ ପ୍ରଧାନ, ବୃନ୍ଦା କଟା, ଅନିତା ନାୟକ,ଭୋଳା ମହତ୍ତମ, ସୁରେନ୍ଦ୍ର ବିଶ୍ୱାଳ, ପ୍ରଦ୍ୟୋଷ ମହାନ୍ତି, ଲିଙ୍ଗରାଜ ପରିଡା, ଭାବେଶ ଚାନ୍ଦ, ତରଣୀ ସେନ ଚାନ୍ଦ, ରମାକାନ୍ତ ସାହୁ, ପ୍ରଶାନ୍ତ ନାୟକ, ହରଦୀପ ସିଂ ଭୁର୍ଜି, ଜିନୁ ରାଉତରାୟ, ଜଗନ୍ନାଥ ଚୌଧୁରୀ, ନିଶାନ୍ତ ବହିଦାର, ଅମିତାଭ ପରିଡା, ଦିପେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ୫ ଶହ ରୁ ଉର୍ଦ୍ଧ ଦଳୀୟ ନେତା ଓ କର୍ମୀ ଯୋଗଦାନ କରିଥିଲେ Iତେବେ ସମୀକ୍ଷା ବୈଠକରେ ୨ ଗୋଷ୍ଟି ମଧ୍ୟରେ ଝଗଡା ହୋଇଥିବା ନେଇ ସହର ମଧ୍ୟରେ ଜୋର ଚର୍ଚା ଧରିଛି ।