Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ,୨୨୭ଜଣ ଙ୍କ ପଞ୍ଜିକରଣ।

କୋକସରା:୩୦/୧୨ ଓଡିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ଶନିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ବିଡ଼ିଓ ସ୍ନେହାପ୍ରଭା ମାଝୀ, ଓଡିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ, କ୍ଷୀରାଵଦ୍ଧି ମାଝୀ,ହେମନ୍ତ କୁମାର ତାଣ୍ଡି, ଜିଲ୍ଲା ସମ୍ପାଦକ ଡୋଳାମଣି ପ୍ରଧାନ ସହ ସମ୍ପାଦକ ଚଣ୍ଡିଦାସ ସାହୁ, ଯୋଗଦେଇ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ଦେବାସହ ଯୋଜନା ର ଲାଭ କେମିତି ନେବେ ସେନେଇ ଉପସ୍ଥିତ ଥିବା ଭିନ୍ନକ୍ଷମ ଙ୍କୁ ବୁଝାଇଥିଲେ। ଭବାନୀପାଟଣା ଜଗନ୍ନାଥ ନେତ୍ରାଳୟ ପକ୍ଷରୁ ଶିବିରରେ ମାଗଣା ରେ ଚକ୍ଷୁ ପରୀକ୍ଷା ସହ ମାଗଣା ରେ ଚଷମା ଯୋଗାଇ ଦିଆଯାଇଛି।ଶିବିର କୁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ସଂଖ୍ୟକ ଭିନ୍ନକ୍ଷମ ପହଞ୍ଚି ନାମ ପଞ୍ଜିକରଣ କରିବା ସହ ଆବେଦନ ସରକାରୀ ଯୋଜନା ପାଇବା ପାଇଁ ଆବେଦନ କରିଥିଲେ। ଭିନ୍ନକ୍ଷମ ଶିବିରରେ କୁ ଜିଲ୍ଲା ରୁ ଆସିଥିବା ଅସ୍ଥି ଶୈଳ ବିଶେଷଜ୍ଞ ଡ଼. ସୁନିଲ ପାଢ଼ୀ, ମାନସିକ ରୋଗ ବିଶେଷଜ୍ଞ ଡ଼. ଅନନ୍ତ ଚରଣ ମେହେର, ଚକ୍ଷୁ ବିଶେଷଜ୍ଞ ଡ଼. ତନ୍ମୟ ବେହେରା, କର୍ଣ୍ଣ,ଗଲା ,ନାଶା ବିଶେଷଜ୍ଞ ଡ଼. ସୁଚାରିତା ସାହୁ,ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କଳାହାଣ୍ଡି ବାଦଲ ପଟ୍ଟନାୟକ ଚଳନ ପ୍ରଶିକ୍ଷକ ଶ୍ରୀନିବାସ ଚନ୍ଦ୍ର ସାହୁ ଆସିଥିବା ଭିନ୍ନକ୍ଷମ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଡାକ୍ତର ଙ୍କ ପରୀକ୍ଷା ପରେ ଭିନ୍ନକ୍ଷମ ଙ୍କୁ ବିକଳାଙ୍ଗ ପ୍ରମାଣପତ୍ର ଓ ପରାମର୍ଶ ପ୍ରଦାନ କରାଯାଇଛି। ଭିନ୍ନକ୍ଷମ ଶିବିର ରେ ମୋଟ ୨୨୭ ଜଣ ପଞ୍ଜିକରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସ୍ବେଛାସେବୀ ଦ୍ରୋଣ ସେନ ନାଏକ, କଳାହାଣ୍ଡି ଭିନ୍ନକ୍ଷମ ଗୋଲାମୁଣ୍ଡା ବ୍ଲକ ସଭାନେତ୍ରୀ ବନିତା ଅଗ୍ରୀଆ,ବିଭିନ୍ନ ପଞ୍ଚାୟତ ର ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ,ବ୍ଲକ କର୍ମଚାରୀ ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି ଛାତ୍ର ମାନେ ସହଯୋଗ କରିଥିଲେ।