Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେବ ଦାମନଯୋଡି ବାଇଗୁଡ଼ା ଦ୍ୱିତୀୟ ରେଳ ଲାଇନ…କେଆର୍ ରେଳ ଲାଇନ୍ ରେ ସପ୍ତାହକ ପାଇଁ କିଛି ଟ୍ରେନ ବାତିଲ ଓ ସମୟ ର ପରିବର୍ତନ…

ଲକ୍ଷ୍ମୀପୁର ୩୦/୧୨ କେଆର୍ ରେଳ ଲାଇନ୍ ରେ ନୂଆ ବର୍ଷ ଦୁଇ ତାରିଖରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳ ପ୍ରଚଳରେ ପରିବର୍ତ୍ତନ କରାଯାଇଛି।ଜଗଦଳପୁର ରାଉରକେଲା ୧୮୧୦୮/ ଜାନୁଆରୀ ୨ ରୁ ୭ ତାରିଖ ଯାଏଁ ରାୟଗଡ଼ାରୁ ଛାଡ଼ିବାକୁ ଥିବାବେଳେ ରାଉରକେଲା ଜଗଦଳପୁର ୧୮୦୧୭  ୧ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ରାୟଗଡା ପର୍ଯ୍ୟନ୍ତ ଆସିବ।ସେହିପରି ହାୱାଡା ଠାରୁ ଜଗଦଳପୁର ସମଲେଶ୍ୱରୀ ଟ୍ରେନ ୧୮୦୦୫  ୨ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ ପର୍ଯ୍ୟନ୍ତ ଆସିବ,ଜଗଦଳପୁର ଠାରୁ ହାୱାଡା ସମଲେଶ୍ୱରୀ ଟ୍ରେନ ୧୮୦୦୬  ୩ତାରିଖ ରୁ ୭ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ ରୁ ଛାଡିବ।ସପ୍ତାହକୁ ୩ଦିନ ଚାଲୁଥିବା ବିଶାଖାପାଟଣା କୋରାପୁଟ ଇଣ୍ଟେରସିଟି ଏକ୍ସପ୍ରେସ ୧ତାରିଖ ଓ ୫ ତାରିଖ ଓ କୋରାପୁଟ ବିଶାଖାପାଟଣା ଇଣ୍ଟର ସିଟି ଏକ୍ସପ୍ରେସ ୨ ତାରିଖ ଓ ୬ତାରିଖ ଦିନ ସମ୍ପୂର୍ଣ ଭାବେ ବାତିଲ କରାଯାଇଥିବା ରେଳବିଭାଗ ତରଫରୁ ସୂଚନା ଜରି କରାଯାଇଛି।ଦାମନଯୋଡି ଠାରୁ ବାଇଗୁଡ଼ା ପର୍ଯ୍ୟନ୍ତ ଦ୍ୱିତୀୟ ଲାଇନ ଆରମ୍ଭ ହେବାକୁ ଥିବା କାରଣ ରୁ ଏପରି ନିଷ୍ପତି ନିଆଯାଇଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ