ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ। ଭାରତୀୟ ସଂସ୍କୃତି ଓ ଐତିହର ସୁରକ୍ଷା କରିବାକୁ ଯୁବ ସମାଜ ଆଗେଇ ଆସନ୍ତୁ : ହର ପ୍ରସାଦ


ଗୋପାଳପୁର,୨/୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଆଜି ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳ ଦାଶ ସଭାରେ ଅଧ୍ୟକ୍ଷତା କରିବା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ସର୍ବଶେଷ ବିବରଣୀ ପ୍ରଦାନ କରିଥିଲେ।ଚଳିତ ଥର ପ୍ରଥମ ଥର ନିମନ୍ତେ ବିଶ୍ବବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥି ଙ୍କ ବିନା ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଯାହା ବିଗତ ଦିନ ମାନଙ୍କରେ କେବେ ଦେଖିବାକୁ ମିଳିନଥିଲା।
ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ହର ପ୍ରସାଦ ଦାସଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠା ଦିବସର ସର୍ବଶ୍ରେଷ୍ଠ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇ ଏକ ଲକ୍ଷ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାରତୀୟ ସଂସ୍କୃତି ଓ ଐତିହର ସୁରକ୍ଷା କରିବାକୁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ l ବେଦ ଉପନୀଷଦ ର ଦୃଷ୍ଠାନ୍ତମୂଳକ ଉଦାହରଣ ପ୍ରଦାନ କରି ପାଶ୍ଟତ୍ୟ ଦେଶରେ ଲୋକଙ୍କ ଜୀବନ ଶୈଳୀରେ ଏହାର ପ୍ରଭାବ ଉପରେ ଆଲୋଚନା କରିବା ସହ ଭାରତୀୟ ମାନଙ୍କ ଜୀବନ ଶୈଳୀ ଅନ୍ୟ ପଶ୍ଚାତ୍ୟ ସଭ୍ୟତା ଉପରେ ପର୍ଯ୍ୟବେଷିତ ନୁହେଁ, ସଦା ସର୍ବଦା ଏହା ନିଜର ଅନନ୍ୟ ପ୍ରଣାଳୀ ଏବଂ ସ୍ୱତନ୍ତ୍ର ରୂପରେଖ ବିଷୟରେ ଆଲୋକପାତ କରିଥିଲେ lଭାରତୀୟଙ୍କ ଚିନ୍ତା ଧାରା ହେଉଛି ମୁଁ ନୁହେଁ ଆମେ l ଭାରତ ବାସୀ ସଦାସର୍ବଦା ଧର୍ଯ୍ୟ, ପରିଶ୍ରମ, ଗ୍ଲାନିର ପ୍ରତିକ, ପରିଶ୍ରମ ହିଁ ସଫଳତାର ମୁକସାକ୍ଷୀ ବୋଲି ନିଜ ବ୍ୟକ୍ତବରେ ମତ ରଖିଥିଲେ l ତାହାସହ ସୌଭାଗ୍ୟତା, ସମନ୍ୱୟ, ସମବାୟ, ଅନ୍ତଃଦୟର ଗୁଣାବଳି ଉପରେ ଅତ୍ୟଧିକ ପ୍ରାଧାନ୍ୟ ଦେବା ଉଚିତ ବୋଲି ମତାମତ ରଖିଥିଲେ l ସଂସ୍କୃତ ଓ ତାମିଲ ଭାରତର ପ୍ରାଚୀନ କାଳରୁ ମାତୃ ଭାଷାର ସମ୍ମାନ ମଣ୍ଡିତ କରି ଆସୁଛି,ବିଶ୍ଵବିଦ୍ୟାଳୟର ସାମଗ୍ରିକ ଉନ୍ନତି ସକାଶେ ସ୍ଥାୟୀ ପାଠ୍ୟକ୍ରମ କମିଟି ସ୍ଥାପନ ଦିଗରେ ଗୁରୁତ୍ବରୋପ ଦିଆଯାଉ ବୋଲି କହିଥିଲେ l ଯଦ୍ୱାରା ତୃଣମୂଳ ସ୍ତରରୁ ଶିକ୍ଷାର ଉନ୍ନତି ଏବଂ ଅଭିବୃଦ୍ଧି ହୋଇପାରିବ l ତାହାସହ ଡିଜିଟାଲ ମିଡ଼ିଆର ବହୁଳ ପ୍ରଚଳନ ଦ୍ୱାରା ସମ୍ପର୍କରେ ଗଭୀରତା ଓ ଅତ୍ମୀୟତାର ଅବାନତି ସ୍ପଷ୍ଟ ଦିବାଲୋକରେ ନଜିରରେ ଆସୁଛି ବୋଲି କହିଥିଲେ l
ମୁଖ୍ୟବକ୍ତା ଭାବେ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସlହିତ କରିବା ସହ ଓଡିଶା ଇତିହାସରେ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଅବଦାନ ଚିର ବନ୍ଦିତ l ଭଞ୍ଜବିହାର ପ୍ରତିଷ୍ଠା ପର ଠାରୁ ବିଭିନ୍ନ ଦିଗରେ ନିଆ ଯାଇଥିବା ଦୁଷ୍ଟାନ୍ତ ମୂଳକ ପଦକ୍ଷେପ, ନା କେବଳ ଓଡିଶା ସମଗ୍ର ଭାରତ ବର୍ଷରେ ଉଦାହରଣ ପାଲଟିଥିବା ମତପୋଷଣ କରିଥିଲେ l ତେଲୁଗୁ ଏବଂ ଓଡ଼ିଆ ଭାଷା ପରସ୍ପର ପ୍ରତି ସମ୍ମାନ ବହନ କରେ l ଏବଂ ଅଭିଭକ୍ତ ଆନ୍ଧ୍ର ଏବଂ ଓଡ଼ିଶା, ମାଡ୍ରାସ ପ୍ରେସିଡେନ୍ସିର ଅଂଶ ବିଶେଷ ଥିଲେ l ଗଜପତି ସାମ୍ରାଜ୍ୟ ଆନ୍ଧ୍ର ଓ ଓଡ଼ିଶାର ଇତିହାସକୁ ଗୋଟିଏ ସୂତାରେ ବାନ୍ଧି ରଖିଥିଲା ବୋଲି ବ୍ୟକ୍ତବ୍ୟ ଦେଇଥିଲେ l ବ୍ରହ୍ମପୁର ର ବିଶିଷ୍ଟ ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଓ ବିଶିଷ୍ଟ ଗୀତିକାର ଓ ନାଟ୍ୟ ସମାଲୋଚକ ତଥା ନାଟ୍ୟକାର ବିପିନ ବିହାରୀ ମହାପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ସେହିପରି ବରିଷ୍ଠ କୃଷ୍ଣ ଲୀଳା ସାଧକ ଗୋପୀନାଥ ସ୍ବାଇଁ ଓ ଗାହାଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇ କୋଡିଏ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ସ୍ୱରୂପ ଦିଆଯାଇଥିଲା। ଶ୍ରେଷ୍ଠ ପୁରାତନ ଛାତ୍ରୀ ସମ୍ମାନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଶିକତା ଦାସଙ୍କୁ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଦୁଇଟି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା l ଏଥି ସହ ପିଜି ଓ ଯୁକ୍ତ ୩ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ମୃତି ସ୍ମାରକୀ ବୃତ୍ତି ଅର୍ଥରାଶି ପ୍ରଦାନ କରାଯାଇଛି। ଅନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ସମେତ ଶ୍ରେଷ୍ଠ ଏନ୍ଏସ୍ଏସ୍ ଅଧିକାରୀ ଏବଂ ସ୍ବେଛାସେବୀଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ପରିଚୟ କରିଥିବା ବେଳେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ମେଜର ରମାରମଣ ପାଢ଼ୀ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ପ୍ରକାଶ ମିଶ୍ର, ପ୍ରଫେସର ମାନସ ରଞ୍ଜନ ପାତ୍ର, ଉପକୂଳ ସଚିବ ଡ ବାବୁଜି ସାମଲ,ସହ କୁଳସଚିବ ଡ଼. ସୋରଜ ଦାଶ, ପ୍ରଫେସର ଅମୀୟ ପରିଛା, ପରୀକ୍ଷା ନିୟନ୍ତ୍ରକ ଡ. ସତ୍ୟ ନାରାୟଣ କୁଣ୍ଡ, ଡ଼.ସତ୍ୟବ୍ରତ ପାତ୍ର, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡାମାଝୀ,ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ଜାତୀୟ ସେବା ସହିତି ସଂଯୋଜକ ଡ଼.ଜୟନ୍ତ କୁମାର ପଣ୍ଡା,ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଉପ ନିର୍ଦ୍ଧେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ଼. କୁଳମଣି ଓଝା, ପୂର୍ବତନ ଆଞ୍ଚଳିକ ନିର୍ଦ୍ଧେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ l ଡ ଶାରଦା ପ୍ରସାଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଡ. ଶଙ୍କର ମାଝୀ, ଡ଼.ବନ୍ଦିତା ପଣ୍ଡା, ଡ. ସୁମନ କଲ୍ୟାଣ ଚୌଧୁରୀ, ଡ଼. ମିହିର କୁମାର ତ୍ରିପାଠୀ, ଡ଼. ସିଦ୍ଧାର୍ଥ ଶଙ୍କର ପଣ୍ଡା, ରାମ ନାରାୟଣ ସାହୁ, ସୁଶାନ୍ତ କୁମାର ସାହୁ, ସସ୍ମିତା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ,ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ l
ଚଳିତ ବର୍ଷ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ସମ୍ମତି ଦେଇଥିଲେ ମଧ୍ୟ ଶେଷ ସମୟରେ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରିବାରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଥିବା କବି ହର ପ୍ରସାଦ ଦାସ ଙ୍କୁ ମୁଖ୍ୟ ଅତିଥି ଭାବେ ସ୍ଥିର କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମ ନିମନ୍ତେ ଧାର୍ଯ୍ୟ ସମୟ ମଧ୍ୟରେ ମୁଖ୍ୟ ଅତିଥି ଆସିନପାରିବାରୁ କୁଳପତିଙ୍କ ପକ୍ଷରୁ ସଭା କାର୍ଯ୍ୟ ଆରମ୍ଭ କରି ଦିଆଯାଇ ଥିଲା।